Advertisment

ସଂସାର ଉଜାଡ଼ି ଦେଲା ନିଶା କାରବାର

ପୁରୀ ସି ବୀଚ ଥାନା ଅନ୍ତର୍ଗତ ଚକ୍ରତୀର୍ଥ ରୋଡ ଲେପୋର୍ସି ମେଡିକାଲ ନିକଟରେ ବୀଭତ୍ସ ଭାବେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି।

Murder

Murder

Advertisment

ସଂସାର ଉଜାଡ଼ି ଦେଲା ନିଶା କାରବାର । ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରି ରାସ୍ତା କଡ଼କୁ ଫୋପାଡ଼ି ଦେଲେ। ଏପରି ଏକ ଅଭାବନୀୟ ଘଟଣା ପୁରୀରେ ଘଟିଛି।

Advertisment

ପୁରୀ ସି ବୀଚ ଥାନା ଅନ୍ତର୍ଗତ ଚକ୍ରତୀର୍ଥ ରୋଡ ଲେପୋର୍ସି ମେଡିକାଲ ନିକଟରେ ବୀଭତ୍ସ ଭାବେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ବାଲିଗୁଆଳିର ବିକ୍ରମ ପ୍ରଧାନ ବୋଲି ଜଣାଯାଇଛି।

ବିକ୍ରମଙ୍କ ବେକ, ଗଳା, ମୁଣ୍ଡ, ହାତରେ ଗଭୀର କ୍ଷତ ଚିହ୍ନ ଥିବାରୁ ମାରଣାସ୍ତ୍ରରେ ତାଙ୍କୁ ହାଣି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି l ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ମଙ୍ଗଳବାର ବିଳମ୍ବିତ ରାତିରେ ହିଁ ବିକ୍ରମଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ସ୍ଥାନୀୟ ଲୋକେ ବିକ୍ରମଙ୍କ କ୍ଷତ ବିକ୍ଷତ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ l

Advertisment

ଖବର ପାଇ ପୁରୀ ସିଟି ଡ଼ିଏସପି, ସି ବୀଚ ଥାନା ଅଧିକାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ନିଶା କାରବାର ନେଇ କେହି ଦୁର୍ବୃତ୍ତ ବିକ୍ରମଙ୍କୁ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି l

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe