Advertisment

ରେଳ ଷ୍ଟେସନରୁ ଗୁରୁତର ଅବସ୍ଥାରେ ଯୁବକ ଉଦ୍ଧାର

ଗତକାଲି ରାତିରେ ଭଦ୍ରକ ରେଳ ଷ୍ଟେସନରୁ ଗୁରୁତର ଅବସ୍ଥାରେ ରୁପକ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ।

author-image
Tapaswini Nayak
critical condition

critical condition

ଭଦ୍ରକ ରେଳ ଷ୍ଟେସନରୁ ଗୁରୁତର ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଯୁବକ ଜଣଙ୍କ ହେଉଛନ୍ତି ଭଦ୍ରକ ଵ୍ଲକ ଅଧିନ ବନ୍ଧଗାଁ ପଞ୍ଚାୟତର ରୁପକ ରାଉତ। ସେ ଯାଜପୁରରେ ଠିକା ସଂସ୍ଥାରେ କାର୍ଯ୍ୟ କରନ୍ତି।

Advertisment

ରୁପକ ପ୍ରତଦିନ ନିଜ ଅଫିସ ଟ୍ରେନ ଯୋଗେ ଯିବା ଆସିବା କରନ୍ତି। ଗତକାଲି ରାତିରେ ଭଦ୍ରକ ରେଳ ଷ୍ଟେସନର ୧ନମ୍ବର ପ୍ଲାଟଫର୍ମରେ ଗୁରୁତର ଅବସ୍ଥାରେ ରୁପକ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ରେଳବାଇ ପୁଲିସ ଯୁବକଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଅଵସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ରେଳବାଇ ପୁଲିସ ସୂଚନା ଅନୁଯାୟୀ, ଦୁଇ ତିନି ଜଣ ଯୁବକ ୧ନମ୍ବର ପ୍ଲାଟଫର୍ମରେ ଗଣ୍ଡଗୋଳ ସହ ବାଡିଆ ପିଟା ଲାଗିଥିଲେ। ରୁପକଙ୍କୁ କିଛି ଯୁବକ ମାଡ଼ ମାରି ତଳେ ପକାଇ ଦେଇଥିବା ସ୍ଥାନୀୟ ଲୋକ ଆସି ଅମାକୁ କହିଥିଲେ। ଘଟଣାସ୍ଥଳରେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ ଓ ତାଙ୍କ ପରିବାର ଲୋକଙ୍କୁ  ଘଟଣା ସଂପର୍କରେ ଜଣାଇଥିଲୁ।   

Advertisment
Deadbody Bhadrak