Advertisment

ବରବାଦ କଲା ଅନଲାଇନ ଗେମ୍; ଶେଷରାସ୍ତା ବାଛି ନେଲେ ଯୁବକ

ଅନ୍ ଲାଇନ୍ ଗେମ୍ ନେଲା ଜୀବନ !

author-image
Tapaswini Nayak
ଅଦ୍ୟତନ ହୋଇଛି
Online Game

Online Game

ଜୀବନ ନେଇଗଲା ଅନଲାଇନ ଗେମ୍। ମୋବାଇଲରେ ଗେମ୍ ଖେଳି ଲକ୍ଷାଧିକ ଟଙ୍କା ହରାଇବା ପରେ ଶେଷରେ ଜୀବନ ହାରିଲେ ଯୁବକ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ମୃତ ଯୁବକଙ୍କୁ ୨୨ବର୍ଷ ହୋଇଥିବା ଜଣାଯାଇଛି।

Advertisment

ଲିଙ୍ଗରାଜ ଥାନା ତିନିମୁଣ୍ଡିଆ ଛକ ଅଞ୍ଚଳରେ ରହୁଥିବା ଯୁବକ ନିଜ ଘରେ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକ ଜଣଙ୍କ ଅନଲାଇନ୍ ଗେମ୍‌ରେ ଟଙ୍କା ଲଗାଇଥିଲେ। ଏହି ଟଙ୍କା ବୁଡ଼ି ଯିବା ଫଳରେ ତାଙ୍କର ମାନସିକ ସ୍ଥିତି ଭଲ ନଥିଲା। ଶେଷରେ ସେ  ଆତ୍ମହତ୍ୟା କରିଥିବା ଜଣାଯାଇଛି। 

ମୃତ୍ୟୁ ପୂର୍ବରୁ ଯୁବକ ଜଣଙ୍କ ଏକୁଟିଆ ରହୁଥିଲେ। ପରିବାର ଲୋକଙ୍କ ସହ ବିଶେଷ ଭାବରେ କଥା ହେଉ ନଥିଲେ ବୋଲି ସୂଚନା ରହିଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏଥିସହ ଯୁବକଙ୍କ ମୋବାଇଲକୁ ଜବତ କରିଛି। ଯୁବକ ଜଣଙ୍କ କେତେ ଟଙ୍କା ଅଲ୍‌ଲାଇନ ଗେମ୍‌ରେ ଲଗାଇଥିଲେ, ତାର ମଧ୍ୟ ତଦନ୍ତ ଜାରି ରଖିଛି ପୁଲିସ। ଯୁବକ ଜଣଙ୍କ ଅନେକ ଲୋକଙ୍କ ପାଖରୁ ଟଙ୍କା ଆଣିଥିବା ଜଣାଯାଇଛି।  

Advertisment
Bhubaneswar Deadbody