Advertisment

ବାହାଘର ବେଳେ ପିଲା ଚୋରୀ, ଦୁର୍ବୃତ୍ତକୁ ଧରି ପୁଲିସ ଜିମା ଦେଲେ ଗାଁ ଲୋକେ

ଦୁର୍ବୃତ୍ତ ଜଣକ କୌଶଳ କରି ଏକ ୭ ବର୍ଷର ଶିଶୁ କନ୍ୟାକୁ ପାଣି ପାଉଚ୍ ଦେବାର ପ୍ରଲୋଭନ ଦେଖାଇ ତାକୁ ଧରି ଚାଲି ଯାଇଥିଲା।

Kidnaper

Kidnaper

Advertisment

ବାହାଘର ଚାଲିଥିବା ବେଳେ ଜଣେ ଯୁବକ କୁଣିଆ ସାଜି ଏହା ଭିତରେ ପଶିଲା। ଲୋକମାନଙ୍କ ଭିତରେ ଭରସା ଜନ୍ମାଇବା ପାଇଁ ପାଣି ପାଉଚ୍ ବାଣ୍ଟିଲା। କୌଶଳ କରି ଏକ ୭ ବର୍ଷର ଶିଶୁ କନ୍ୟାକୁ ପାଣି ପାଉଚ୍ ଦେବାର ପ୍ରଲୋଭନ ଦେଖାଇ ତାକୁ ଧରି ଚାଲି ଯାଇଥିଲା। ହେଲେ ସୌଭାଗ୍ୟକୁ ପରିବାର ଲୋକେ ଶିଶୁକୁ ନପାଇ ତତ୍‌କ୍ଷଣାତ୍ ଖୋଜାଖୋଜି କରିବା ବେଳେ ଘର ଠାରୁ ଦୁଇ କିଲୋମିଟର ଦୂର ଏକ ସ୍ଥାନରୁ ଶିଶୁକୁ ପାଇଥିଲେ। ଦୁର୍ବୃତ୍ତ ଜଣକ ଶିଶୁକୁ ଅପହରଣ କରି ନେଇ ଯାଉଥିଲା। ଲୋକଙ୍କୁ ଦେଖି ଦୁର୍ବୃତ୍ତ ଜଣକ ଫେରାର ହେବାକୁ ଦୌଡ଼ି ଥିଲା। ହେଲେ ଲୋକେ ଆପ୍ରାଣ ଚେଷ୍ଟା କରି ଏହି ପିଲା ଚୋରକୁ ଧରିବା ପରେ ପୁଲିସ ଜିମା ଦେଇଛନ୍ତି। ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ପଞ୍ଚାୟତ ସାନ ନୂଆପାଲି ଗାଁରେ ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଯାହା ପରେ ଏଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

Advertisment

ସୂଚନା ମୁତାବକ, ସାନ ନୂଆପାଲି ଗାଁରେ ଏକ ବାହାଘର ଚାଲିଥିବା ବେଳେ ଏଥିରେ ଗ୍ରାମବାସୀଙ୍କ ସହ ଉଦ୍ଧାର ଶିଶୁର ପରିବାର ଲୋକେ ମଧ୍ୟ ସାମିଲ ହୋଇଥିଲେ। ନିକଟସ୍ଥ ସାଧପାଲି ଗାଁର ସାମନ୍ତ ମହାଲିଙ୍ଗ ନାମକ ଜଣେ ବ୍ୟକ୍ତି ପାଣି ପାଉଚ ବାଣ୍ଟିବାର ବାହାନା କରି ବାହାଘର ଉତ୍ସବରେ ପଶିଥିଲେ। ସୁଯୋଗ ପାଇ ସାନ ନୂଆପାଲି ଗାଁର ଏହି ଶିଶୁକୁ ପାଉଚ ଦେବାକୁ ପ୍ରଲୋଭନ ଦେଖାଇ ଘଟଣାସ୍ଥଳରୁ ନେଇ ଦୂରକୁ ପଳାଇଥିଲା।

ଝିଅକୁ ନ ପାଇବା ପରେ ପରିବାର ଲୋକ ଏବଂ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ଘର ଠାରୁ ୨ କିଲୋମିଟର ଏକ ନାଳ ପାଖରେ ସମ୍ପୃକ୍ତ ବ୍ୟକ୍ତି ଝିଅକୁ ଚୋରିକରି ନେଉ ଯାଉଥିବା ଦେଖିଥିଲେ। ଦୁର୍ବୃତ୍ତ ଜଣଙ୍କ ଗାଁ ଲୋକଙ୍କୁ ଦେଖି ଝିଅକୁ ଛାଡି ଫେରାର ମାରିବାକୁ ଚେଷ୍ଟା କରିଥିଲା। ହେଲେ ତାକୁ ଗାଁ’ ଲୋକେ ଧରିବା ପରେ ଅଟକ ରଖିଥିଲେ। ପରେ ଡୁଙ୍ଗୁରିପାଲି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିବା ପରେ ଏହି ପିଲା ଚୋରକୁ ହସ୍ତାନ୍ତର କରିଥିଲେ। ଦୁର୍ବୃତ୍ତକୁ ଥାନାକୁ ଆଣି ପୁଲିସ ପଚରାଉଚରା କରୁଛି।

Advertisment
Crime Kidnapping Cases Subarnpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe