Advertisment

ମହିଳାଙ୍କୁ ବ୍ଲାକମେଲ ଅଭିଯୋଗରେ ୟୁଟ୍ୟୁବର ଗିରଫ

ପୂର୍ବରୁ ନିଜ ସ୍ତ୍ରୀକୁ ପ୍ରଯୋଜକଙ୍କ ସହିତ ରାତି ବିତାଇବା ପାଇଁ ବାଧ୍ୟ କରି ଗିରଫ ହୋଇଥିଲା ଚନ୍ଦନ।

arrested

arrested

Advertisment

ମହିଳାଙ୍କୁ ବ୍ଲାକମେଲ ଅଭିଯୋଗରେ ୟୁଟ୍ୟୁବର ଗିରଫ। ପୂର୍ବତନ ପ୍ରେମିକାଙ୍କ ଅଭିଯୋଗ ଆଧାରରେ ୟୁଟ୍ୟୁବର ଚନ୍ଦନ କରକୁ ଗିରଫ କରିଛି ମହିଳା ଥାନା ପୁଲିସ।

Advertisment

ଅଭିଯୋଗ ଅନୁଯାୟୀ ଚନ୍ଦନ ଦୀର୍ଘ ଦିନ ଧରି ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଉଭୟଙ୍କ ମଧ୍ୟରେ କିଛି ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଚନ୍ଦନ ରେକର୍ଡିଂ କରି ରଖିଥିଲେ। ତେବେ ପ୍ରେମିକା ଜଣକ ଅନ୍ୟତ୍ର ବିବାହ କରିବା ପରେ ସେହି ଭିଡ଼ିଓକୁ ତାଙ୍କ ସ୍ୱାମୀଙ୍କୁ ଦେଖାଇ ଦେବ କହି ବ୍ଲାକମେଲ କରୁଥିଲା। ଏନେଇ ପ୍ରେମିକା ମହିଳା ଥାନାରେ ଲିଖିତି ଅଭିଯୋଗ କରିବା ପରେ ପୁଲିସ ଚନ୍ଦନକୁ ଥାନାରେ ଅଟକ ରଖି ପଚରା ଉଚରା କରିଥିଲା। ପରେ ତାଙ୍କୁ ଗିରଫ କରିଛି। ପୂର୍ବରୁ ନିଜ ସ୍ତ୍ରୀକୁ ପ୍ରଯୋଜକଙ୍କ ସହିତ ରାତି ବିତାଇବା ପାଇଁ ବାଧ୍ୟ କରି ଗିରଫ ହୋଇଥିଲା ଚନ୍ଦନ।

Blackmailing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe