Advertisment

ୟୁଟ୍ୟୁବର୍‌ଙ୍କୁ ଘରୁ ଡାକି ନେଇ ମଦ ପିଆଇଲେ, ପରେ ପିଟିପିଟି ମାରିଦେଲେ

ହତ୍ୟା ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଆହୁରି ୫ ଜଣ ଅଭିଯୁକ୍ତ ଏଯାଏଁ ଫେରାର ଅଛନ୍ତି।

youtuber-murder

youtuber-murder

Advertisment

ବନ୍ଧୁ ସାଜିଲେ ବଇରୀ। ୟୁଟ୍ୟୁବର୍‌ଙ୍କୁ ଘରୁ ଡାକି ନେଇ ମଦ ପିଆଇଲେ। ପରେ ପିଟିପିଟି ମାରିଦେଲେ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଗ୍ରେଟର ନଏଡା। ଏହି ଘଟଣାରେ ପୁଲିସ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି।

Advertisment

ପୁଲିସ ସୂଚନା ମୁତାବକ, ଗ୍ରେଟର ନାଏଡାର ଦନକୌର ଅଞ୍ଚଳର ମହମ୍ମଦପୁର ଗୁର୍ଜର ଗାଁର ବଲବୀରଙ୍କ ପୁଅ ଦୀପକ। ସେ ପେସାରେ ଜଣେ ୟୁଟ୍ୟୁବର୍‌। ବହୁ ବର୍ଷ ଧରି ସେ ନିଜ ମା'ଙ୍କ ସହ ମିଶି ୟୁଟ୍ୟୁବ୍‌ ଚ୍ୟାନେଲ ଚଲାଉଥିଲେ। ତେବେ ଜାନୁଆରୀ ୨୮ ତାରିଖରେ ଦୀପକଙ୍କୁ ତାଙ୍କର ୭ ଜଣ ସାଙ୍ଗ ଘରୁ ଡାକି ନେଇ ଯାଇଥିଲେ। ମନୀଷ, ପ୍ରିନ୍ସ, ବିକି, ବିଜୟ, ଯୋଗେନ୍ଦ୍ର, କପିଲ ଓ ମିଙ୍କୁ ଦୀପକଙ୍କୁ ଡାକି ନେଇ ପାର୍ଟି କରିବା ସହ ତାଙ୍କୁ ପ୍ରବଳ ମଦ ପିଆଇ ଥିଲେ। ପରେ ଲାଠିରେ ତାଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲେ। ଏହା ଜଣାପଡିବା ପରେ ଦୀପକଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ଗ୍ରେଟର ନଏଡାର ଯଥାର୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ କହିଛନ୍ତି, ଦୀପକଙ୍କ ବାପାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ହତ୍ୟା ମାମଲା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ୫ ଜଣଙ୍କ ସନ୍ଧାନ ଜାରି ରହିଛି। ଗିରଫ ହୋଇଥିବା ମନୀଷ ମଧ୍ୟ ଜଣେ ୟୁ-ଟ୍ୟୁବର। ମନୀଷ ଠାରୁ ହିଁ ଦୀପକ ୟୁ-ଟ୍ୟୁବ ଚ୍ୟାନେଲ କିଣିଥିଲେ। ପରେ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।

Advertisment

ଦୀପକ ପ୍ରାୟ ୫ ବର୍ଷ ହେଲା ନିଜ ମା'ଙ୍କ ସହ ମିଶି ୟୁଟ୍ୟୁବରେ କମେଡି ଭିଡିଓ ସେୟାର କରୁଥିଲେ। ୟୁଟ୍ୟୁବ ଓ ଇନ୍‌ଷ୍ଟାଗ୍ରାମ ସମେତ ଅନ୍ୟ ସୋଶାଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ମଧ୍ୟ ଥିଲେ।

Crime Noida Youtuber Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe