Advertisment

ଶୁଟିଂ ବେଳେ ହେଲା ଯୁକ୍ତିତର୍କ, ଛାତରୁ ଡେଇଁ ଜୀବନ ହାରିଲେ ୟୁଟ୍ୟୁବର ଦମ୍ପତି

ଉଭୟ ଲିଭ ଇନ୍‌ରେ ବି ରହୁଥିଲେ। କିନ୍ତୁ ୟୁଟ୍ୟୁବ ପାଇଁ ଭିଡିଓ ଶୁଟିଂ ବେଳେ ଦମ୍ପତିଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ।

Garvit Singh

Garvit Singh

Advertisment

ୟୁଟ୍ୟୁବରେ ବିଭିନ୍ନ ପ୍ରକାରର ଭିଡିଓ ଶୁଟିଂ କରି ପକାଉ ଥିଲେ। ଏକାଠି ସବୁ ଭିଡିଓରେ ନଜର ଆସୁଥିଲେ। ଉଭୟ ଲିଭ ଇନ୍‌ରେ ବି ରହୁଥିଲେ। କିନ୍ତୁ ୟୁଟ୍ୟୁବ ପାଇଁ ଭିଡିଓ ଶୁଟିଂ ବେଳେ ଦମ୍ପତିଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ।

Advertisment

ବାସ ଏଥିପାଇଁ ଉଭୟ ହରିଆଣାର ବାହଦୂରଗଡ଼ରେ ଥିବା ଗୋଟିଏ ବିରାଟ ଆପାର୍ଟମେଣ୍ଟର ୭ମ ମହଲରୁ ତଳକୁ ଡେଇଁ ଜୀବନ ହାରି ଦେଇଛନ୍ତି। ବାହାଦୂରଗଡ଼ ଦେଶର ରାଜଧାନୀ ଦିଲ୍ଲୀ ଠାରୁ ମାତ୍ର ୨୦ କିମି ଦୂର।

ଆତ୍ମହତ୍ୟା କରିଥିବା ଦୁଇ ୟୁଟ୍ୟୁବର ହେଲେ ୨୫ ବର୍ଷୀୟ ଗାରବିତ ସିଂହ ଓ ୨୨ ବର୍ଷୀୟ ନନ୍ଦିନୀ କଶ୍ୟପ। ଉଭୟ କଣ୍ଟେନ କ୍ରିଟର ଓ ସେମାନେ ନିଜସ୍ୱ ୟୁଟ୍ୟୁବ ଚ୍ୟାନେଲ ଚଳାନ୍ତି। ୟୁଟ୍ୟୁବ ଓ ଫେସବୁକରେ ବିଭିନ୍ନ ପ୍ରକାରର ଶଟ ଫିଲ୍ମ ମଧ୍ୟ ଅପଲୋଡ କରନ୍ତି।

Advertisment

କିଛି ଦିନ ତଳେ ଏହି ୟୁଟ୍ୟୁବର ଦମ୍ପତି ସେମାନଙ୍କ ଟିମ ସଦସ୍ୟଙ୍କ ସହ ଡେରାଡୁନରୁ ବାହାଦୂରଗଡ଼କୁ ଆସିଥିଲେ। ସେମାନେ ରୁହୀଲା ରେସିଡେନ୍ସିର ୭ମ ମହଲାରେ ଗୋଟିଏ ଫ୍ଲାଟ ଭଡ଼ାରେ ନେଇ ରହୁଥିଲେ। ତାଙ୍କ ସହ ସେମାନଙ୍କ ଟିମର ୫ ଜଣ ସଦସ୍ୟ ବି ଫ୍ଲାଟରେ ରହୁଥିଲେ।

ପୁଲିସ୍‌ କହିଛି ଯେ ୟୁଟ୍ୟୁବର ଦମ୍ପତି ଆଜି ସକାଳ ପ୍ରାୟ ୬ଟାରେ ଜୀବନ ହାରିଛନ୍ତି। ଶୁଟିଂ ସାରି ସେମାନେ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। କିନ୍ତୁ କୌଣସି କାରଣ ପାଇଁ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା।

ଏହାକୁ କେନ୍ଦ୍ର କରି ଉଭୟ ଆଜି ସକାଳୁ ୭ମ ମହଲାରୁ ତଳକୁ ଡେଇଁ ଜୀବନ ହାରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ୍‌ ତୁରନ୍ତ ପହଞ୍ଚିବା ସହ ୨ ଜଣଙ୍କ ଶବ ଜବତ କରିଥିଲା। ଏବେ ପୁଲିସ୍‌ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ଫରେନ୍ସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛି। ସ୍ଥାନୀୟ ଅଞ୍ଚଳୀ ସିସିଟିଭି ଫୁଟେଜକୁ ପୁଲିସ୍‌ ଯାଞ୍ଚ କରିବା ସହ ୟୁଟ୍ୟୁବର ଦମ୍ପତିଙ୍କ ଟିମ ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରୁଛି।

Live In Relation Haryana News Youtuber
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe