/odisha-reporter/media/post_attachments/uploadimage/library/16_9/16_9_0/Ravina_1744790614.jpg)
Ravina
ଉତ୍ତର ପ୍ରଦେଶର ମୀରଟର ମୁସ୍କାନ ରସ୍ତୋଗୀର କାଣ୍ଡ କାରନାମା କାହାକୁ ଅଛପା ନାହିଁ। ମୁସ୍କାନ ତା’ ପ୍ରେମିକ ସାହିଲ ଶୁକ୍ଳା ସହ ମିଶି ସ୍ୱାମୀ ସୌରଭ ରାଜପୁତଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କରିଥିଲା। ଉଭୟ ମାର୍ଚ୍ଚ ୩ରେ ସୌରଭଙ୍କୁ ପ୍ରଥମେ ଡ୍ରଗ୍ସ ପରେ ଛୁରୀ ଭୁଷି ହତ୍ୟା କରିଥିଲେ। ଏହାପରେ ମୃତଦେକୁ ଖଣ୍ଡଖଣ୍ଡ କରି ଗୋଟିଏ ଡ୍ରମରେ ଭର୍ତ୍ତି କରି ସିମେଣ୍ଟ ଦ୍ୱାରା ସିଲ କରିଥିଲେ।
ହତ୍ୟାକାଣ୍ଡ ପରେ ସେମାନେ ହିମାଚଳ ପ୍ରଦେଶର ଶିମଲାକୁ ହନିମୁନ ପାଇଁ ଚାଲି ଯାଇଥିଲେ। ସେଠାରେ ଛୁଟି କାଟି ପ୍ରାୟ ୧୫ ଦିନ ପରେ ଫେରିବା ପରେ ପୁଲିସ୍ ଦ୍ୱାରା ଗିରଫ ହୋଇଥିଲେ। ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ଏବେ ପୁଣି ଗୋଟିଏ ସମାନ ଘଟଣା ସାମ୍ନାକୁ ଆସିଛି।
ହରିୟାଣର ଭିୱାନି ଜିଲ୍ଲାରେ ଜଣେ ମହିଳା ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ପ୍ରେମିକ ସହ ପତ୍ନୀଙ୍କୁ ସ୍ୱାମୀ ଜଣଙ୍କ ଆପତ୍ତିଜନକ ଅବସ୍ଥାରେ ଦେଖି ଦେବାରୁ ସେମାନେ ତାଙ୍କୁ ସବୁଦିନ ପାଇଁ ନିଜ ରାସ୍ତାରୁ ହଟାଇ ଦେଇଛନ୍ତି। ଅଭିଯୁକ୍ତ ମହିଳା ଜଣଙ୍କ ହେଲେ ରବିନା। ସେ ଜଣେ ୟୁଟ୍ୟୁବର। ତାଙ୍କ ପ୍ରେମିକ ସୁରେଶ ମଧ୍ୟ ଜଣେ ୟୁଟ୍ୟୁବର। ଉଭୟ ଏକାଠି ଭିଡିଓ କରିବା ବେଳେ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ।
ଏହାପରେ ସେମାନେ ରବିନାଙ୍କ ସ୍ୱାମୀ ପ୍ରବୀଣଙ୍କୁ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ପ୍ରବୀଣଙ୍କ ମୃତଦେହକୁ ଉଭୟ ବାଇକରେ ନେବା ସହ ଗୋଟିଏ ଡ୍ରେନରେ ଫିଙ୍ଗି ଦେଇଥିଲେ। ହତ୍ୟାର ୩ ଦିନ ପରେ ପୁଲିସ୍ ଡ୍ରେନରୁ ପ୍ରବଣୀଙ୍କ ଗଳିତ ଶବକୁ ଜବତ କରିଥିଲା। ଘଟଣାର ଅଧିକ ତଦନ୍ତ କରି ରବିନା ଓ ସୁରେଶଙ୍କୁ ଗିରଫ କରିଛି।
ସୋଶାଲ ମିଡିଆରେ ରବିନା ବିଭିନ୍ନ ପ୍ରକାରର ଭିଡିଓ ପୋଷ୍ଟ କରୁଥିବାରୁ ଏହାକୁ ପ୍ରବୀଣ ପସନ୍ଦ କରୁ ନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ମଧ୍ୟ ହେଉଥିଲା। ରବିନା ଓ ପ୍ରବୀଣ ୨୦୧୭ରେ ବିବାହ କରିଥିଲେ। ଉଭୟଙ୍କର ୬ ବର୍ଷର ଗୋଟିଏ ପୁଅ ବି ରହିଛନ୍ତି। ତାଙ୍କ ନାଁ ମୁକୁଲ। ରବିନାଙ୍କ ଘର ରେୱାଡି ଜିଲ୍ଲା ଯୋଡ଼ି ଗାଁରେ। ପ୍ରବୀଣଙ୍କ ଘର ଭିୱାନି ଅନ୍ତର୍ଗତ ଗୁଜରନ କି ଧାନିରେ। ପ୍ରବୀଣ ଜଣେ ଡ୍ରାଇଭର ଭାବେ କାମ କରନ୍ତି ଓ ତାଙ୍କର ବାଲି ଓ ଗୋଡ଼ି ଦୋକାନ ରହିଥିଲା।
ତେବେ ରବିନା ବେଶ କିଛି ବର୍ଷ ହେଲା ସୋଶାଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ପୋଷ୍ଟ କରୁଥିବାରୁ ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ତଥାପି ସଂସାର ଗାଡ଼ି ଆଗକୁ ଚାଲିଥିଲା। ଦେଢ଼ ବର୍ଷ ତଳେ ହିସାର ଜିଲ୍ଲାର ପ୍ରେମନଗର ଗାଁର ଅନ୍ୟତମ ୟୁଟ୍ୟୁବର ସୁରେଶଙ୍କ ସହ ରବିନାଙ୍କ ବନ୍ଧୁତା ସୃଷ୍ଟି ହୋଇଥିଲା। ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିବା ଏହି ବନ୍ଧୁତା ପରେ ଭିନ୍ନ ଏକ ରୂପ ନେଇଥିଲା। ରବିନା ଓ ସୁରେଶ ଏକାଠି ଭିଡିଓ କରିବାରୁ ପ୍ରବୀଣ ଏହାକୁ ଜୋରଦାର ବିରୋଧ କରିଥିଲେ। ତଥାପି ରବିନା କିଛି ଶୁଣି ନଥିଲେ। ସେ ଭିଡିଓ ପୋଷ୍ଟ କରିବା ଜାରି ରଖିଥିଲେ। ସମୟକ୍ରମେ ସୁରେଶଙ୍କ ସହ ଆରମ୍ଭ ହୋଇଥିବା ବନ୍ଧୁତା ପ୍ରେମର ରୂପ ନେଇଥିଲା।
ଏକଥା ପ୍ରବୀଣଙ୍କୁ ଜଣା ନଥିଲା। କିନ୍ତୁ ମାର୍ଚ୍ଚ୨ ୫ରେ ପ୍ରବୀଣ ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ନିଜ ଘର ଭିତରେ ଦେଖି ପୂରା ଚକିତ ହୋଇଯାଇଥିଲେ। ଏହାକୁ ନେଇ ରବିନାଙ୍କ ସହ ତାଙ୍କର ଜୋରଦାର ଝଗଡ଼ା ହୋଇଥିଲା। ଏତିକି ବେଳେ ରିବନା ନିଜ ଓଢ଼ଣୀ ଦ୍ୱାରା ପ୍ରବୀଣଙ୍କ ତଣ୍ଟିକୁ ଚିପି ହତ୍ୟା କରିଥିଲେ। ଏଥିରେ ସୁରେଶ ସହାୟତା କରିଥିଲେ। ସେହିଦିନ ରାତିରେ ଉଭୟ ଗୋଟିଏ ଅଖାରେ ମୃତଦେହକୁ ଭର୍ତ୍ତି କରି ସହର ବାହାରେ ଥିବା ଡିନୋଡ ରୋଡ ସ୍ଥିତ ଡ୍ରେନରେ ଫିଙ୍ଗି ଦେଇଥିଲେ।
ପ୍ରବୀଣଙ୍କ ଖୋଜ ଖବର ନ ମିଳିବାରୁ ପରଦିନ ପରିବାର ଲୋକ ପୁଲିସ୍ରେ ଅଭିଯୋଗ କରିଥିଲେ। ପୁଲିସ୍ ତଦନ୍ତ କରି ଡ୍ରେନ ମଧ୍ୟରୁ ଅଧା ପୋଚି ଯାଇଥିବା ପ୍ରବୀଣଙ୍କ ମୃତଦେହକୁ ହତ୍ୟାର ୩ ଦିନ ପରେ ଜବତ କରିଥିଲା। ତଦନ୍ତକାରୀ ଅଧିକାରୀ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ଶତାଧିକ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲେ। ଏହି ସମୟରେ ମାର୍ଚ୍ଚ ୨୫ ତାରିଖରେ ପରିବାର ଲୋକଙ୍କ ଗାର୍ଡେନ ନିକଟରେ ଲାଗିଥିବା ଗୋଟିଏ ସିସିଟିଭିରେ ଗୋଟିଏ ସନ୍ଦିଗ୍ଧ ବାଇକୁ ଠାବ କରାଯାଇଥିଲା।
ଫୁଟେଜରୁ ଜଣାପଡ଼ିଥିଲା ଯେ ଜଣେ ବ୍ୟକ୍ତି ବାଇକ ପିନ୍ଧି ଗାଡ଼ି ଚଳାଉଥିବା ବେଳେ ରବିନା ପଛରେ ବସିଛନ୍ତି। ସେହିପରି ମୃତଦେହ ଭର୍ତ୍ତି ହୋଇଥିବା ଅଖା ମଧ୍ୟ ଦୁଇ ଜଣଙ୍କ ମଝିରେ ରହିଛି। ଏହାକୁ ଦେଖିବା ପରେ ପୁଲିସ୍ ରବିନାଙ୍କୁ ଜେରା ଆରମ୍ଭ କରିଥିଲା। ପ୍ରଥମେ ସେ ପୁଲିସ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ନିଜର ଅପରାଧକୁ ସ୍ୱୀକାର କରିଥିଲେ। ପୁଲିସ୍ ତାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି। ସେହିପରି ପୁଲିସ୍ କିଛି ଦିନ ପରେ ରବିନାଙ୍କ ପ୍ରେମିକ ସୁରେଶଙ୍କୁ ବି ଗିରଫ କରିଥିବା ଜଣାପଡ଼ିଛି।
ଇନଷ୍ଟାଗ୍ରାମରେ ରବିନାଙ୍କୁ ୩୪ ହଜାରରୁ ଅଧିକ ଲୋକ ଅନୁସରଣ କରୁଥିବା ବେଳେ ତାଙ୍କ ୟୁଟ୍ୟୁବ ଚ୍ୟାନେଲର ସବସ୍କ୍ରାଇବରଙ୍କ ସଂଖ୍ୟା ୫ ହଜାରରୁ ଅଧିକ। ସେ ସାଧାରଣତଃ ମଜାଦାର ଓ ପାରିବାରିକ ପ୍ରସଙ୍ଗକୁ ନେଇ ଭିଡିଓ ପୋଷ୍ଟ କରନ୍ତି। ସେ ପାରିବାରିକ ସମ୍ପର୍କକୁ ନେଇ ଭିଡିଓ ପୋଷ୍ଟ କରୁଥିଲେ ହେଁ ଉକ୍ତ ଭିଡିଓ ତାଙ୍କୁ ପରିବାର ଠାରୁ ଦୂରକୁ ନେଇ ଯାଇଥିଲା। ରବିନାଙ୍କୁ ଭିଡିଓ କରିବାର ନିଶା ଏତେ ଘାରିଥିଲା ଯେ ସେ ପ୍ରବଣୀ ଓ ୬ ବର୍ଷର ପୁଅ ମୁକୁଲଙ୍କୁ ଘରେ ଏକା ଛାଡ଼ି ଶୁଟିଂ ପାଇଁ ବିଭିନ୍ନ ସ୍ଥାନକୁ ଚାଲି ଯାଉଥିଲେ। ସେ ସବୁବେଳେ ସୋଶାଲ ମିଡିଆରେ ବ୍ୟସ୍ତ ରହୁଥିଲେ। ଏହାକୁ ପ୍ରବୀଣ ଓ ତାଙ୍କ ପରିବାର ଲୋକ ବିରୋଧ କରୁଥିଲେ। କିନ୍ତୁ ରବିନା ଆଦୌ କାହା କଥାକୁ ଖାତିର କରୁ ନଥିଲେ।
ପୁଲିସ୍ କହିଛି ଯେ ମାର୍ଚ୍ଚ ୨୫ରେ ରବିନା ଶୁଟିଂରେ ଯାଇଥିଲେ। ସେଠାରୁ ସେ ଭିୱାନି ସ୍ଥିତ ଘରକୁ ଆସିଥିଲେ। ସେତେବେଳେ ପ୍ରବୀଣ ଘରେ ନଥିଲେ। ରବିନା ଘରେ ପହଞ୍ଚିବା ପରେ ତାଙ୍କୁ ଦେଖା କରିବାକୁ ସୁରେଶ ଆସିଥିଲେ। ସୁରେଶ ଓ ରବିନା ଘରେ ଥିବା ବେଳେ ପ୍ରବୀଣ ଆସି ପହଞ୍ଚି ଯାଇଥିଲେ। ପ୍ରବୀଣ ପହଞ୍ଚିଲା ବେଳକୁ ରବିନା ଓ ସୁରେଶ ଆପତ୍ତିଜନକ ଅବସ୍ଥାରେ ରହିଥିଲେ। ଏହାକୁ ଦେଖି ପ୍ରବୀଣ ପୂରା ରାଗି ଯାଇଥିଲେ। ସେ ରବିନା ଓ ସୁରେଶଙ୍କ ସହ ପାଟିତୁଣ୍ଟ କରିଥିଲେ। ପାଟିତୁଣ୍ଡ ବେଳେ ରବିନା ନିଜ ଓଢ଼ଣୀ ଦ୍ୱାରା ପ୍ରବୀଣଙ୍କ ତଣ୍ଟିକୁ ଚିପି ଦେଇଥିଲେ।
ଏଥିରେ ସୁରେଶ ମଧ୍ୟ ସହାୟତା କରିଥିଲେ। ପ୍ରବୀଣଙ୍କୁ ହତ୍ୟା କରିବା ପରେ ସେ ଘରେ ଭିତରେ ମୃତଦେହକୁ ରଖିଥିଲେ। ଦିନ ତମାମ କିଛି ଯେମିତି ଘଟିନାହିଁ ରବିନା ସମସ୍ତଙ୍କ ଆଗରେ ସେଭଳି ବ୍ୟବହାର କରିଥିଲେ। ପରିବାର ଓ ସମ୍ପର୍କୀୟ ଯେତେବେଳେ ପ୍ରବୀଣଙ୍କ କଥା ପଚାରିଥିଲେ ସେତେବେଳେ ତାଙ୍କ ପାଖରେ କିଛି ଖବର ନଥିବା ରବିନା କହିଥିଲେ। ଦିନ ଗଡ଼ି ରାତି ହେବା ପରେ ସୁରେଶ ବାଇକ ନେଇ ପହଞ୍ଚିଥିଲେ। ଏହାପରେ ଉଭୟ ମୃତଦେକୁ ବାଇକରେ ଧରି ଅନ୍ୟତ୍ର ଫିଙ୍ଗିବାକୁ ବାହାରି ଯାଇଥିଲେ।
ମାର୍ଚ୍ଚ ୨୬ ତାରିଖ ରାତି ପ୍ରାୟ ୧୨.୩୦ରେ ରବିନା ଓ ସୁରେଶ ବାଇକର ମଝିରେ ପ୍ରବୀଣଙ୍କ ମୃତଦେହକୁ ଧରି ଘର ଠାରୁ ୬ କିମି ଦୂର ଗୋଟିଏ ଡ୍ରେନ ନିକଟରୁ ଯାଇଥିଲେ। ସେଠାରେ ମୃତଦେହକୁ ଫିଙ୍ଗି ଫେରି ଆସିଥିଲେ। ହତ୍ୟାର ୩ ଦିନ ପରେ ପୁଲି ଡ୍ରେନରୁ ପ୍ରବୀଣଙ୍କ ଗଳିତ ଶବକୁ ଜବତ କରିବା ପରେ ତଦନ୍ତ କରିଥିଲା। ସିସିଟିଭି ଫୁଟେଜରୁ ରବିନା ଓ ସୁରେଶଙ୍କ ସବୁ କାରନାମା ଜଣା ପଡ଼ି ଯାଇଥିଲା। ରବିନାଙ୍କୁ ଜେରା କରାଯିବାରୁ ସେ ସବୁ ସତ ମାନି ଯାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
