Advertisment

ବଳଭଦ୍ର ଓ ଜଗନ୍ନାଥ ସଂସ୍କୃତି ପରିପୋଷଣୀୟ ବିକାଶର ବାର୍ତ୍ତାବହ

ଓଡ଼ିଆଙ୍କ ଆରାଧ୍ୟ ଦେବତା ବଳଭଦ୍ର ଓ ଜଗନ୍ନାଥ ତତ୍ତ୍ୱରେ ବିଶ୍ୱ ତାପନ ଓ ପାଗ ପରିବର୍ତ୍ତନ ସଂକଟର ସମାଧାନ ରହିଛି। ଏହି ତତ୍ତ୍ୱ ଅନୁସାରେ ବିଶ୍ୱର ବିକାଶ ଧାରା ନିର୍ଦ୍ଧାରିତ ହେଲେ ସମଗ୍ର ଜଗତର ପରିପୋଷଣୀୟ ତଥା ସମତା ଭିତ୍ତିକ ବିକାଶ ସମ୍ଭବ ବୋଲି ନିଖିଳ ଉତ୍କଳ ପାଟରା ସମିତି ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ଗହ୍ମା ଉତ୍ସବ ତଥା ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି।

author-image
Debendra Prusty
Gahma Utsava

Gahma Utsava

ଓଡ଼ିଆଙ୍କ ଆରାଧ୍ୟ ଦେବତା ବଳଭଦ୍ର ଓ ଜଗନ୍ନାଥ ତତ୍ତ୍ୱରେ ବିଶ୍ୱ ତାପନ ଓ ପାଗ ପରିବର୍ତ୍ତନ ସଂକଟର ସମାଧାନ ରହିଛି। ଏହି ତତ୍ତ୍ୱ ଅନୁସାରେ ବିଶ୍ୱର ବିକାଶ ଧାରା ନିର୍ଦ୍ଧାରିତ ହେଲେ ସମଗ୍ର ଜଗତର ପରିପୋଷଣୀୟ ତଥା ସମତା ଭିତ୍ତିକ ବିକାଶ ସମ୍ଭବ ବୋଲି ନିଖିଳ ଉତ୍କଳ ପାଟରା ସମିତି ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ଗହ୍ମା ଉତ୍ସବ ତଥା ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି।

Advertisment

ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏହି ପର୍ବରେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କର ଆବାହନ, ସଂସ୍ଥାପନ, ପୂଜନ ଓ କୀର୍ତ୍ତନ କରାଯାଇଥିଲା। ଗୋସେଇଁ ପ୍ରକାଶ ସାହୁ ପୁରୋହିତ ଭାବେ ପୂଜା ଓ ଆଳତି ସମାପନ କରିବା ପରେ ମୋନାଲିସା ସାହୁ ବଡ଼ ଠାକୁର ବଳଭଦ୍ରଙ୍କ ମହିମା ଗାନ କରିଥିଲେ। ମହାଦେବ ସାହୁ ଓ ସାଥୀଙ୍କ ସମେତ ସୁଶ୍ରୀ ସୁକନ୍ୟା ସୁମନକଲ୍ୟାଣ ଭଜନ ପରିବେଷଣ କରିଥିଲେ।

ଏହାପରେ ସଭାପତି ଡକ୍ଟର ରୁଦ୍ର ନାରାୟଣ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଆଲୋଚନା ଚକ୍ରରେ ଓଡ଼ିଶାରେ ପାଟରା ସେବା ଓ ସଂସ୍କୃତି ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। କୃଷି ଓ ଗୋପାଳନ ବିଜ୍ଞାନ ଓ ସଂସ୍କୃତିର ପ୍ରବର୍ତ୍ତକ ବଳଭଦ୍ର ଓ ଜଗନ୍ନାଥ ଓଡ଼ିଶାର ଏହି ସଭ୍ୟତାର ବାର୍ତ୍ତାବହ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ପାଟରାଙ୍କ ପ୍ରତୀକ ଅଙ୍କୁଶ, ଲେଖନୀ, ପୋଥି, ବିଶା ଓ ବଟକରା ଆଦି ଆଧ୍ୟାତ୍ମିକ ଅନୁସନ୍ଧାନ ସହିତ ଶିକ୍ଷା ଓ ବାଣିଜ୍ୟ ସଂସ୍କୃତିର ଦିଗଦର୍ଶନ ଦେଇଥାଏ ବୋଲି ମତ ପ୍ରକାଶ ପାଇଥିଲା।

Advertisment

ମୁନୀବ ସତ୍ୟବ୍ରତ ବେହେରା, ଉପଦେଷ୍ଟା ଦୀନବନ୍ଧୁ ସାହୁ ଓ ନାରାୟଣ ପାତ୍ରଙ୍କ ଦ୍ୱାରା ଉତ୍ସବ ଉଦଘାଟିତ ହୋଇଥିଲା। ସଭାପତି ରୁଦ୍ର ନାରାୟଣ ପୄଷ୍ଟି, ସାଧାରଣ ସଂପାଦକ ସଂଜୟ ପାତ୍ର ଓ ସଂଯୋଜକ ଦେବେନ୍ଦ୍ର ପୄଷ୍ଟି ଉତ୍ସବ ପରିଚାଳନା କରିଥିଲେ। ସଂପାଦକ ନିହାର ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରବୀନ୍ଦ୍ର ନାଥ ସେନାପତି, କୃଷ୍ଣଚନ୍ଦ୍ର ପାତ୍ର, ଆଲୋକ ଚନ୍ଦ୍ର ସାହୁ, ସମ୍ପାଦକ ବଲ୍ଲଭ ଚରଣ ସାହୁ, ଆଡଭୋକଟ୍ ବୀରନାରାୟଣ ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉତ୍ସବରେ ଯୋଗ ଦେଇ ପ୍ରତିଭା ପ୍ରଦର୍ଶନ କରିଥିବା ପାଟରା ପିଲା ଓ ସମସ୍ତ ପ୍ରତିନିଧିଙ୍କୁ ମାନଫଳକ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

Gahma Parva Lord Balabhadra Lord Jagannath Odisha Patara