Advertisment

ସାମ୍ନାକୁ ଆସିଲା କୋଣାର୍କ ସୂର୍ଯ୍ୟମନ୍ଦିର ଭିତରର ଫଟୋ; ଝୁଲି ରହିଛି ପଥର ଓ ବିମ୍

୧୯୦୩ ମସିହାରୁ ଏଠାରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ୱାରକୁ ବନ୍ଦ କରାଯାଇଥିଲା ।

author-image
Tapaswini Nayak
ଅଦ୍ୟତନ ହୋଇଛି
konark sun temple

konark sun temple

ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଭିତରର ଏକ୍ସକ୍ଲୁସିଭ ଫଟୋ ସାମ୍ନାକୁ ଆସିଛି। ପଥର ଓ ବାଲି ପ୍ୟାକିଂ ହୋଇଥିବା ମୁଖଶାଳା ଭିତର ପାର୍ଶ୍ୱ ଦେଖିବାକୁ ମିଳିଛି। ଫଟୋରେ ପଥର ଓ ବିମ୍ ଝୁଲି ରହିଛି। ASI ପକ୍ଷରୁ ଏଣ୍ଡୋସ୍କୋପିକ୍ ଇନଭେଷ୍ଟିଗେସନ ବେଳେ ଏହି ଫଟୋ ଉଠାଯାଇଛି।

Advertisment

ଅନ୍ୟପକ୍ଷରେ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଆଇରନ ଷ୍ଟ୍ରକଚର କାର୍ଯ୍ୟ କିଛି ଦିନ ବନ୍ଦ ରହିବା ପରେ ରବିବାରଠୁ ପୁନଃ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ବାଲି କାଢିବା ଲାଗି ପ୍ଲାଟଫର୍ମରେ ଲିଫ୍ଟ, ଟ୍ରଲି ଭଳି ମେକାନିକାଲ ସିଷ୍ଟମ ରହିଛି। ଫଳରେମନ୍ଦିର ଗର୍ଭଗୃହରୁ ବାଲି ଓ ପଥର ବୋହିବା ସହଜ ହେବ। ମନ୍ଦିର ପଶ୍ଚିମ ଦ୍ୱାର ଦ୍ୱିତୀୟ ପିଢ଼ରେ ମନ୍ଦିର ଗର୍ଭଗୃହକୁ ପ୍ରବେଶ ପାଇଁ ୪ ଫୁଟରେ ୫ ଫୁଟ ଏକ ଗର୍ତ୍ତ ଖୋଳାଯିବ ।

ସେହି ବାଟ ଦେଇ ଗର୍ଭଗୃହରୁ ବାଲି କଢ଼ାଯିବ। ଏଏସଆଇ ଦ୍ୱାରା ନିଯୁକ୍ତ ନିର୍ମାଣ ସଂସ୍ଥା ଦ୍ୱାରା ପ୍ରାଥମିକ ପର୍ଯ୍ୟାୟରେ ଲିଫ୍ଟ ପାଇଁ ପ୍ଲାଟଫର୍ମ ନିର୍ମାଣ ପରେ କ୍ରେନ ସହାୟତାରେ ଲୁହା ଷ୍ଟ୍ରକଚର କାର୍ଯ୍ୟ ଗତ ଜାନୁଆରୀରେ ଆରମ୍ଭ କରାଯାଇଥିଲା। ହେଲେ କିଛି ଦିନପରେ ଏହି କାର୍ଯ୍ୟ ବନ୍ଦ ରହିଥିଲା ୬ମାସ ପରେ ପୁନଃ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

Advertisment

ସୂଚନାଯୋଗ୍ୟ, ୧୯୦୩ ମସିହାରୁ ଏଠାରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ୱାରକୁ ବନ୍ଦ କରାଯାଇଥିଲା ।

Konark Temple