ମନ ମୋହୁଛି ଶ୍ରୀରାମ ମନ୍ଦିର ଗର୍ଭ ଗୃହର ଦୃଶ୍ୟ | Odisha Reporter
Advertisment
ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଜାନୁଆରୀ ୨୨ରେ ହେବ। ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସବୁ କରାଯାଇଛି। ପୂରା ଅଯୋଧ୍ୟା ଏବେ ଭକ୍ତିମୟ ପରିବେଶରେ ପରିପୂର୍ଣ୍ଣ ହୋଇଛି। ତେବେ ଏହାରି ଭିତରେ ସାମ୍ନାକୁ ଆସିଛି ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଗର୍ଭଗୃହର ଚିତ୍ର। ରାତିର ଅନ୍ଧାରରେ ବେଶ ଆକର୍ଷଣୀୟ ଦେଖାଯାଉଛି ଗର୍ଭଗୃହ। ଝଲସୁଛି ପୂରା ଅଯୋଧ୍ୟା। ସେହିଭଳି କାରିଗରର ପ୍ରତ୍ୟେକଟି କାରିଗରୀ ଯେମିତି କଥା କହୁଛି। ଦେଖିଲେ ଲାଗିବ ଆତ୍ମତୃପ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us