Advertisment

ଅଦରକାରୀ ସାମଗ୍ରୀରୁ ସୁନ୍ଦର କଳାକୃତି

ଚିତ୍ରକଳା ମାଧ୍ୟମରେ ପରିବେଶ ସୁରକ୍ଷା ଦେବା ହେଉଛି ଅଭିପ୍ସାଙ୍କ ବାର୍ତ୍ତା।

author-image
Biswajit Samal
ଅଦ୍ୟତନ ହୋଇଛି
Art

Art

ଅଦରକାରୀ ସାମଗ୍ରୀରୁ ସୁନ୍ଦର କଳାକୃତି। ବର୍ଜ୍ୟବସ୍ତୁକୁ ପୁନଃବ୍ୟବହାର କରି ଦେଉଛନ୍ତି ପରିବେଶ ସୁରକ୍ଷାର ବାର୍ତ୍ତା। ଯାଜପୁରର ଛାତ୍ରୀ ଅଭିପ୍ସାଙ୍କ ଏଭଳି ପ୍ରୟାସକୁ ନେଇ ସବୁଠି ଚର୍ଚ୍ଚା।

Advertisment

ଯାଜପୁର ମୁଗୁପାଳ ଗାଁର ଅଭିପ୍ସା ସ୍ୱାଇଁ। ତାଙ୍କ ପାଇଁ ସବୁ ଜିନିଷ ଦରକାରୀ। ସବୁ ଜିନିଷକୁ ସୁନ୍ଦର କରିହେବ। ଏହି ଲକ୍ଷ୍ୟରେ ସେ ଗଢି ଚାଲିଛନ୍ତି ସୁନ୍ଦର ସୁନ୍ଦର କଳାକୃତି। ଯିଏ ଏ କଳାକୃତିକୁ ଦେଖୁଛି, ଘଡ଼ିଏ ଅଟକି ରହୁଛି। କାରଣ ଏସବୁ ସାମଗ୍ରୀ ସଂପୂର୍ଣ୍ଣ ଭାବେ ତିଆରି ହୋଇଛି ବର୍ଜ୍ୟବସ୍ତୁରୁ।

ବାହାରେ ଫୋପଡ଼ା ହେଉଥିବା ପ୍ଲାଷ୍ଟିକ ଓ କାଚ ସାମଗ୍ରୀ, ଔଷଧ ଖୋଳ, ନଡ଼ିଆ, ସଢ଼େଇ, ଦୀପ, ଗୁଆ, କଉଡ଼ି ଏମିତିକି ମୟୂର ପୁଚ୍ଛରେ ବି ଅଭିପ୍ସା କରିଛନ୍ତି ସୁନ୍ଦର ଘରସଜା ସାମଗ୍ରୀ। ଅଧିକାଂଶ ଚିତ୍ରରେ ପ୍ରଭୁ ଜଗନ୍ନାଥଙ୍କୁ ଆଙ୍କିଛନ୍ତି ଅଭିପ୍ସା।

Advertisment

ପିଲାଟି ଦିନୁ ଅଭିପ୍ସାଙ୍କର ଚିତ୍ରକଳା ପ୍ରତି ରହିଛି ଦୁର୍ବଳତା। ଏବେ ସେ ଯୁକ୍ତ ତିନି ବିଜ୍ଞାନ ପଢୁଥିବାବେଳେ ପାଠ ସହ ଚିତ୍ରକଳା ବି ଜାରି ରଖିଛନ୍ତି। ଚିତ୍ରକଳା ମାଧ୍ୟମରେ ପରିବେଶ ସୁରକ୍ଷା ଦେବା ହେଉଛି ତାଙ୍କର ବାର୍ତ୍ତା। ବର୍ଜ୍ୟବସ୍ତୁକୁ ପୁନଃ ବ୍ୟବହାର ଯୋଗ୍ୟ କରିବା ନେଇ ଅଭିପ୍ସାଙ୍କ ପ୍ରଚେଷ୍ଟାକୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ।

Indian Artistic Jajpur