Advertisment

କଟକ ରୁପା ତାରକସୀକୁ ଜିଆଇ ଟ୍ୟାଗ୍

କଟକ ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବା ପାଇଁ ୨୦୨୧ ମସିହାରେ ଆବେଦନ କରାଯାଇଥିଲା।

Cuttack Rupa Tarakasi

Cuttack Rupa Tarakasi

Advertisment

ବିଶ୍ୱ ପ୍ରସିଦ୍ଧ କଟକ ରୁପା ତାରକସୀକୁ ମିଳିଲା ଜିଆଇ ଟ୍ୟାଗ୍। ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ପକ୍ଷରୁ କଟକ ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବା ପାଇଁ ୨୦୨୧ ମସିହାରେ ଆବେଦନ କରାଯାଇଥିଲା।

Advertisment

ରୁପା ତାରକସୀକୁ ଜିଆଇ ଟ୍ୟାଗ୍ ମିଳିବା ପରେ କାରିଗରଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ମାନ୍ୟତା ତାରକସୀ କାରୁକାର୍ଯ୍ୟକୁ ଏକ ନୂତନ ପରିଚୟ ଦେବ ବୋଲି ସେମାନେ ଆଶା ରଖିଛନ୍ତି । ତେବେ କଟକରେ ତାରକସୀ ହବ୍ ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି ଉତ୍କଳ ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା।

ସେ କହିଛନ୍ତି, ଦୀର୍ଘ ଦିନ ପରେ ଆମେ ଜିଆଇ ଟ୍ୟାଗ ପାଇଥିବାରୁ ବହୁତ ଖୁସି ଲାଗୁଛି। ଅନ୍ତର୍ଜାତୀୟ ବଜାରରେ କଟକ ରୁପା ତାରକସୀର ଚାହିଦା ରହିଛି। ଜିଆଇ ଟ୍ୟାଗ୍ ଯୋଗୁ ଏହା ଆମର ଏକ ବ୍ରାଣ୍ଡ ହୋଇଯିବ। ଆମ ଜିନିଷର ଗ୍ୟାରେଣ୍ଟି ରହିବ।

Advertisment

ଏହି ଜିଆଇ ମାନ୍ୟତା ଓଡ଼ିଶା ପାଇଁ ଗୌରବର ବିଷୟ ବୋଲି ସୋଶାଲ ମିଡିଆରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ କଟକବାସୀ ଓ ଜିଲ୍ଲା ପ୍ରଶାସନକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe