Advertisment

ବାଲୁକା କଳା ମାଧ୍ୟମରେ ନବବର୍ଷର ଶୁଭେଚ୍ଛା

ପୁରୀ ବେଳାଭୂମିରେ ବାଲୁକା କଳାରେ ଶ୍ରୀ ଜଗନ୍ନାଥଙ୍କ କଳାକୃତି ପ୍ରସ୍ତୁତ କରିଛନ୍ତି

author-image
Biswajit Samal
ଅଦ୍ୟତନ ହୋଇଛି
sand art

sand art

ପବିତ୍ର ଓଡ଼ିଆ ନବ ବର୍ଷ ଅବସରରେ ବାଲୁକା କଳା ମାଧ୍ୟମରେ ରାଜ୍ୟ ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

Advertisment

ପୁରୀ ବେଳାଭୂମିରେ ବାଲୁକା କଳାରେ ଶ୍ରୀ ଜଗନ୍ନାଥଙ୍କ କଳାକୃତି ପ୍ରସ୍ତୁତ କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ସେ ବାଲୁକା କଳାରେ ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସହ ବୃନ୍ଦାବତୀଙ୍କ ଉପରେ ପଣା ଭୋଗର ଘଡ଼ି ପ୍ରତିକୃତି ଦର୍ଶାଇବା ସହ ଓଡ଼ିଆ ନବବର୍ଷର ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଏହି ବାଲୁକା କଳାକୃତି ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଛି। ତେବେ ଏହି ସୁନ୍ଦର ବାଲୁକା କଳା ଦେଖିଵା ପାଇଁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି।

Sand Art