Advertisment

୬୧ କୋଟି ଟଙ୍କାରେ ବିକ୍ରି ହେଲା ଅମୃତା ଶେର୍-ଗିଲଙ୍କ ଚିତ୍ରକଳା

୧୯୩୭ର ତାଙ୍କ ଅଏଲ୍-ଅନ୍-କାନଭାସ 'ଦ ଷ୍ଟୋରୀ ଟେଲର୍' ଚିତ୍ରକୁ ୬୧ କୋଟି ୮ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି।

ଅଦ୍ୟତନ ହୋଇଛି
Amrita Sher-Gil File Image

Amrita Sher-Gil File Image

Advertisment

ଜଣାଶୁଣା ଶିଖ-ହଙ୍ଗେରୀ ଚିତ୍ରକାର ଅମୃତା ଶେର୍-ଗିଲଙ୍କ ଚିତ୍ରକଳା ଆଉ ଏକ ରେକର୍ଡ କରିଛି। ୧୯୩୭ର ତାଙ୍କ ଅଏଲ୍-ଅନ୍-କାନଭାସ 'ଦ ଷ୍ଟୋରୀ ଟେଲର୍' ଚିତ୍ରକୁ ୬୧ କୋଟି ୮ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। କୌଣସି ଭାରତୀୟ ଚିତ୍ରକାରଙ୍କ କୃତିକୁ ଏତେ ମୂଲ୍ୟରେ ବିକ୍ରି କରାଯିବାରେ ଏହା ରେକର୍ଡ ସୃଷ୍ଟି କରିଛି। ସେପ୍ଟେମ୍ବର ୧୬ରେ ଶେର୍-ଗିଲଙ୍କ ଏହି ଚିତ୍ରକଳା ବିକ୍ରି ହୋଇଛି।

Advertisment

ଏହି ଚିତ୍ରକଳାଟି ସାଫ୍ରୋନାର୍ଟ ଇଭିନିଂ ସେଲ୍: ମର୍ଡନ୍ ଆର୍ଟରେ ନିଲାମ କରାଯାଇଥିଲା। ଏଥିରେ ୧୯୩୭ରେ ଶେର୍-ଗିଲ ପ୍ରସ୍ତୁତ କରିଥିବା ଚିତ୍ରକଳା ୬୧ କୋଟି ୮ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ଏହି ନିଲାମରେ ଏସଏଚ ରଜା, ଆକବର ପଦମସି, ଏମଏଫ ହୁସେନ୍, ଏଫଏନ ସୁଜା ଏବଂ ବି ଏସ ଗାଏତୋଣ୍ଡେଙ୍କ ସମେତ ବିଶିଷ୍ଟ କଳାକାରମାନଙ୍କ ୭୦ଟି ଗୁରୁତ୍ୱପୂର୍ଣ୍ଣ କଳାକୃତି ଅନ୍ତର୍ଭୁକ୍ତ କରାଯାଇଥିଲା।

ଶେର୍-ଗିଲଙ୍କ ଅଏଲ୍-ଅନ୍-କାନଭାସ୍ ମାଷ୍ଟରପିସ୍ ରେକର୍ଡ ସୃଷ୍ଟି କରିଛି। ଏହି ରେକର୍ଡ ଚଳିତ ମାସ ଆରମ୍ଭରେ ପୁଣ୍ଡୋଲେଙ୍କ ଘର ନିଲାମର ଅର୍ଥରାଶିକୁ ବି ପଛରେ ପକାଇ ଦେଇଛି। ସୟଦ ହାୟଦର ରଜାଙ୍କ 'ଗେଷ୍ଟେସନ୍' ୫୧.୭୫ କୋଟିରେ ବିକ୍ରି ହୋଇଥିବା ବେଳେ ଶେର୍-ଗିଲଙ୍କ ଅଏଲ୍-ଅନ୍-କାନଭାସ୍ ୬୧.୮ କୋଟିରେ ବିକ୍ରି ହୋଇଛି। ନୂଆଦିଲ୍ଲୀର ଓବରୋଇଠାରେ ସାଫ୍ରୋନ୍ ଆର୍ଟ ଦ୍ୱାରା କରାଯାଇଥିବା ନିଲାମରେ ଗ୍ୟାଲେରୀ ପାଇଁ ୧୮୧ କୋଟିରୁ ଅଧିକ ଆୟ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। 

Advertisment

ଅମୃତା ଶେର୍-ଗିଲ ୧୯୧୩ ମସିହାରେ ବୁଦାପେଷ୍ଟରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ ଭାରତୀୟ ଶିଖ୍ ହୋଇଥିବା ବେଳେ ମାଆ ହଙ୍ଗେରିଆନ୍ ଥିଲେ। ୧୯୩୭ ପରଠାରୁ, ଶେର୍-ଗିଲଙ୍କ କୃତିତ୍ୱ ୮୪ ଥର ନିଲାମ ହୋଇଛି। ତାଙ୍କର ରେକର୍ଡ ହୋଇଥିବା ସର୍ବ ପୁରାତନ ଆର୍ଟ ଏକ ଗ୍ରାମ ଗୋଷ୍ଠୀ କଳାକୃତି ଉପରେ ଉଦ୍ଦିଷ୍ଟ ଥିଲା, ଯାହା ୧୯୯୨ ପ୍ରାରମ୍ଭରେ ଇଂରାଜୀ ନିଲାମ ହାଉସ୍ Sotheby'sରେ ବିକ୍ରି ହୋଇଥିଲା।

ଅମୃତା ଇକୋଲ୍ ଡେସ୍ ବିକ୍ସ ଆର୍ଟରେ ଅଧ୍ୟୟନ କରିଥିଲେ। ଏଠାରେ ପଢ଼ିବା ସମୟରେ ଅମୃତା ଚିତ୍ରକଳା ପାଇଁ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଏସୀୟ ଭାବେ କୃତିତ୍ୱ ଅର୍ଜନ କରିଥିଲେ। ୨୫ ବର୍ଷ ବୟସରେ ଭାରତକୁ ଫେରିଥିଲେ ଅମୃତା। ତାଙ୍କୁ ଦେଶର ସବୁଠୁ ମହଙ୍ଗା ଚିତ୍ରକାର ବୋଲି କୁହାଯାଏ। ୧୯୪୧ରେ ମାତ୍ର ୨୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିଲା। ରୋଗରେ ପୀଡ଼ିତ ହୋଇ କୋମାରେ ରହିବା ପରେ ଆରପାରିକୁ ଚାଲି ଯାଇଥିଲେ ଅମୃତା। ହେଲେ ତାଙ୍କର କୃତିତ୍ୱ ଭାରତୀୟ ଚିତ୍ରକାରଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। 

Amrita Sher-Gil Amrita Sher-Gil Records R Indian Artists Amrita Sher-Gil Art
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe