Advertisment

ବାଜି ମାରିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିଥିଲା ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ। ସେଥି ମଧ୍ୟରୁ ଓଡ଼ିଶାର ପ୍ରଜ୍ଞାପନ ମେଢ ବାରି ହୋଇପଡ଼ିଥିଲା। ଓଡ଼ିଶାର କଳା, ସଂସ୍କୃତି, ନାରୀ ସଶକ୍ତିକରଣକୁ ସେଥିରେ ସ୍ଥାନୀତ କରାଯାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Odisha tableau

Odisha tableau

ବାଜି ମାରିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼। ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନ ଅଧିକାର କରିଛି। ବିଚାରକ ମଣ୍ଡଳୀ ଓଡ଼ିଶାର ପ୍ରଜ୍ଞାପନ ମେଢକୁ ପ୍ରଥମ ସ୍ଥାନ ଦେଇଛନ୍ତି। ଓଡ଼ିଶା ତଳେ ଗୁଜରାଟ ଦ୍ୱିତୀୟରେ ଓ ତାମିଲ୍‌ନାଡୁ ତୃତୀୟରେ ରହିଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Advertisment

ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିଥିଲା ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ। ସେଥି ମଧ୍ୟରୁ ଓଡ଼ିଶାର ପ୍ରଜ୍ଞାପନ ମେଢ ବାରି ହୋଇପଡ଼ିଥିଲା। ଓଡ଼ିଶାର କଳା, ସଂସ୍କୃତି, ନାରୀ ସଶକ୍ତିକରଣକୁ ସେଥିରେ ସ୍ଥାନୀତ କରାଯାଇଥିଲା। ଓଡ଼ିଶାର ପ୍ରଜ୍ଞାପନ ମେଢ ଯେତେବେଳେ କର୍ତ୍ତବ୍ୟ ପଥରେ ଗଡ଼ିବା ଆରମ୍ଭ କରିଥିଲା, ସେତେବେଳେ କରତାଳିରେ ପ୍ରକମ୍ପିତ ହୋଇଥିଲା ଗଗନ ଓ ପବନ। ଅତିଥିମାନେ କରତାଳି ଦେଇ ସ୍ୱାଗତ କରିଥିଲେ।

ଭାସ୍କର୍ଯ୍ୟ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ କହିବା ଅନୁସାରେ ଓଡ଼ିଶାର ପ୍ରଜ୍ଞାପନ ମେଢଟି ଅନ୍ୟମାନଙ୍କଠାରୁ ପୂରା ଅଲଗା ଥିଲା। ଯେ କୌଣସି ଲୋକେ ଦେଖିଲେ, ତା’ ଆଖି ଲାଗି ଯାଉଥିଲା। ଆଉ ଆଶା କରିଥିଲୁ ନିଶ୍ଚିତ ଭାବେ ପୁରସ୍କାର ମିଳିବ। ପ୍ରଜ୍ଞାପନ ମେଢ ପାର୍ଶ୍ୱରେ ସମ୍ୱଲପୁରୀ ନୃତ୍ୟ ପରିବେଷଣ କରୁଥିବା ନୃତ୍ୟଶିଳ୍ପୀମାନେ ଅତି ନିପଟ ମଫସଲ ଗାଁରୁ ଯାଇଥିଲେ। ସେମାନେ ଉତ୍ସର୍ଗୀକୃତ ଭାବେ ନୃତ୍ୟ ପରିବେଷଣ କରୁଥିଲେ। ଚଳିତବର୍ଷ ଦିଲ୍ଲୀରେ ପ୍ରବଳ ଥଣ୍ଡା ହେଉଥିଲା। ତାହାରି ଭିତରେ ଶିଳ୍ପୀମାନେ ଦିନରାତି ଏକ କରି ସୁନ୍ଦର ଭାବେ କାମ କରିଥିଲେ। ସେଥିପାଇଁ ସେହି ଶିଳ୍ପୀମାନଙ୍କୁ ମୁଁ କୃତଜ୍ଞତା ଜଣାଉଛି ବୋଲି ଶ୍ରୀ ସାହୁ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ଓଡ଼ିଶା ପ୍ରଜ୍ଞାପନ ମେଢରେ ପଟ୍ଟଚିତ୍ରରେ ସଜେଇ ହୋଇଥିଲା କନ୍ଦର୍ପ ହାତୀ। ଏହି ପଟ୍ଟଚିତ୍ରଟି କେବଳ ଓଡ଼ିଶାରେ ରହିଛି। ତାହା ହେଉଛି ରଘୁରାଜପୁରରେ। ସେଥିରେ ନାରୀ ଶସକ୍ତିକରଣକୁ ଦେଖାଯାଇଛି। ତା’ ଛଡ଼ା ଚାଳ ଘର ଦେଖାଯାଇଛି। ମେଢ ଆଗରେ ବୁଲୁଥିବା ଚକ ନନ୍ଦିଘୋଷ ରଥର ଚକ। ଇଏ ସବୁ କଲରଫୁଲ୍‌ ଥିଲା। ଯାହା ସମସ୍ତଙ୍କୁ ଆକର୍ଷିତ କରିଥିଲା ବୋଲି ଭାସ୍କର୍ଯ୍ୟ ଶିଳ୍ପୀ ଗଜେନ୍ଦ୍ର ସାହୁ କହିଥିଲେ।

Bhubaneswar Delhi Republic Day