Advertisment

ଓଡ଼ିଶାର ହସ୍ତଶିଳ୍ପ ଓ ଚାରୁକଳାର ଭୁରି ଭୁରି ପ୍ରଶଂସା କଲେ ଅଭିନେତ୍ରୀ ରାଧିକା ଅପ୍‌ତେ

ଗତବର୍ଷ ବ୍ୟାସନଗରଠାରେ ପ୍ରଥମଥର ପାଇଁ ଏଭଳି ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ଉତ୍ସବ ଆୟୋଜନ କରିଛି।

Radhika Apte

Radhika Apte

Advertisment

ଓଡ଼ିଶାରେ ବଲିଉଡ୍‌ ଅଭିନେତ୍ରୀ ରାଧିକା ଅପ୍‌ତେ। ଯାଜପୁର ବ୍ୟାସନଗରରେ ଆୟୋଜିତ ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀରେ ସେ ଯୋଗଦେଇଛନ୍ତି। ଏହି ଅବସରରେ ସେ ଓଡ଼ିଶାର ହସ୍ତଶିଳ୍ପ ଓ ଚାରୁକଳାର ଭୁରି ଭୁରି ପ୍ରଶଂସା କରିଛନ୍ତି। ଏଥିସହିତ ଓଡ଼ିଶାର ହସ୍ତଶିଳ୍ପ, ଚାରୁକଳା ଓ ସଂସ୍କୃତି ଦେଶ ବିଦେଶରେ ବେଶ୍‌ ପରିଚୟ ସୃଷ୍ଟି କରିଥିବା ସେ କହିଛନ୍ତି। ଏଭଳି ଏକ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରିତ ହୋଇଥିବାରୁ ଆୟୋଜକଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି। ଏଭଳି କାର୍ଯ୍ୟକ୍ରମ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହା କଳାକାର, କାରିଗର, ସମାଜ ଓ ମାନସିକ ସ୍ଵାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗ ବୋଲି ରାଧିକା ଅପ୍‌ତେ କହିଛନ୍ତି।

Advertisment

ଜାନୁଆରୀ ୧୨, ୧୩ ଓ ୧୪ ତାରିଖ ୩ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୧୮ଟି ସେସନ୍ ରହିଛି। ଏଥିରେ ଭାରତ ସମେତ ୧୮ଟି ଦେଶର ପ୍ରତିନିଧି, ୨୦ରୁ ଅଧିକ ଆନ୍ତର୍ଜାତୀୟ କଳାକାର, ୭୫ ଜଣ ବକ୍ତା ଓ ସ୍ଥାନୀୟ ଅଞ୍ଚଳର ଶତାଧିକ କାରିଗର ଓ ପ୍ରତିନିଧି ସାମିଲ ହୋଇଥିଲେ।

ଗତବର୍ଷ ବ୍ୟାସନଗରଠାରେ ପ୍ରଥମଥର ପାଇଁ ଏଭଳି ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ଉତ୍ସବ ଆୟୋଜନ କରିଛି। ହସ୍ତଶିଳ୍ପରେ ଓଡ଼ିଶାକୁ ଗ୍ଲୋବାଲ ବ୍ରାଣ୍ଡ ଭାବରେ ସ୍ଥାନୀତ କରିବା ପାଇଁ ଏଭଳି ସମ୍ମିଳନୀର ଅୟୋଜନ କରାଯାଇଛି। କାରିଗରୀ, କଳା ଓ ସଂସ୍କୃତି ପାଇଁ ପ୍ରସିଦ୍ଧ ଓଡ଼ିଶା ତଥା ଯାଜପୁର ଜିଲ୍ଲା। ତେଣୁ ବିଶ୍ୱବ୍ୟାପୀ ଯାଜପୁର ସମେତ ଓଡ଼ିଶାର ହସ୍ତଶିଳ୍ପ ଓ କଳା ପ୍ରଦର୍ଶନ କରିବାକୁ ଏହି ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ପ୍ଲାଟଫର୍ମ ପ୍ରଦାନ କରିବ। ଯାହା ଏହି ସମ୍ମିଳନୀ ଆୟୋଜନର ମୂଳ ଉଦ୍ଦେଶ୍ୟ‌ ବୋଲି କୁହାଯାଉଛି। ସମ୍ମିଳନୀର ଏହି ଦ୍ୱିତୀୟ ସଂସ୍କରଣ ଯାଜପୁରର ବ୍ୟାସନଗରଠାରେ ଅନୁଷ୍ଠିତ ହେଉଥିବା ବେଳେ UNDP, UNESCO, UNHABITAT, UNICEF ପରି ବିଶ୍ୱସ୍ତରୀୟ ସଂଗଠନ ଗୁଡିକର ବିଶେଷଜ୍ଞ ଓ ବିଶ୍ୱସ୍ତରୀୟ କଳାକାରମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।

Advertisment

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାସ

Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe