Advertisment

ବାଲିରେ ୫୦୦ ମନ୍ଦିରକୁ ନେଇ ତିଆରି ହେଲା ପ୍ରଭୁଶ୍ରୀରାମଙ୍କ ଭବ୍ୟ ମନ୍ଦିର

‘ବାଲୁକା କାଳ ନିର୍ମାଣ ପାଇଁ ଉତ୍ତରପ୍ରଦେଶ ସଂସ୍କୃତି ବିଭାଗ ଓ ଲଳିତକଳା ଏକାଡେମୀ ତରଫରୁ ଆମକୁ ନିମନ୍ତ୍ରଣ କରାଯାଇଥିଲା। ମୋ ସହିତ ମୋର ୮ ଜଣ ଛାତ୍ର ଏହି କଳାକୃତି ତିଆରି କରିଛୁ। ଏଥିପାଇଁ ୨ ଦିନ ଲାଗିଥିଲା। ଏହା ନିଶ୍ଚିତ ବିଶ୍ୱ ରେକର୍ଡ ହେବ।’

ଅଦ୍ୟତନ ହୋଇଛି
Ram

Ram

Advertisment

ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଆଯୋଧ୍ୟା ଦେଇ ବୋହି ଯାଇଛି ସରଜୁ ନଦୀ। ତାହାରି କୂଳରେ ରହିଛି ରାମ ପାର୍କ। ସେଇଠାରେ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ବାଲୁକା କଳା ଶିଳ୍ପି ସୁଦର୍ଶନ ପଟ୍ଟନାୟକ। ନିଜର ୮ ଜଣ ଛାତ୍ରଙ୍କୁ ନେଇ ସେ ପ୍ରଭୁ ଶ୍ରୀରାମଙ୍କ ବାଲୁକା କଳା ତିଆରି କରିଛନ୍ତି। ଯେଉଁଥିରେ ଝଟକୁଛି ପ୍ରଭୁ ଶ୍ରୀରାମଙ୍କ ବାତ୍ସଲ୍ୟ ରୂପ। ପୂରା କଳାକୁ ଅତି ନିଖୁଣ ଭାବେ ସେ ତିଆରି କରିଛନ୍ତି। ଶ୍ରୀରାମ ମନ୍ଦିର ପାଇଁ ଚାଲିଥିବା ୫୦୦ ବର୍ଷର ସଂଘର୍ଷକୁ ଏଥିରେ ସ୍ଥାନୀତ କରାଯାଇଛି। ୫୦୦ଟି ଛୋଟ ଛୋଟ ମନ୍ଦିରକୁ ନେଇ ତିଆରି କରିଛନ୍ତି ବଡ଼ ଶ୍ରୀରାମ ମନ୍ଦିର। ଆଉ ସେହି ମନ୍ଦିରରେ ସ୍ମିତହାସ୍ୟ ପ୍ରଭୁ ଶ୍ରୀରାମ ବିରାଜି ଛନ୍ତି। ପ୍ରଭୁ ଶ୍ରୀରାମଙ୍କୁ ନମସ୍କାର ମୁଦ୍ରାରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ।

Advertisment

ବାଲୁକା କଳାକୁ ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦ ଯୋଗୁ ଆମେ ଏଠିକୁ ଆସି ପାରିଛୁ। ଶ୍ରୀରାମ ମନ୍ଦିର ନିର୍ମାଣ ପୂର୍ବରୁ ପୁରୀ ବିଚ୍‌ରେ ବାଲୁକା କଳା କରିଥିଲୁ। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ଆମକୁ ପୁରୀ ବେଳାଭୂମିରୁ ଆଯୋଧ୍ୟା ସରିଜୁ ନଦୀର ରାମ ପାର୍କକୁ ଟାଣି ଆଣିଛି। ଆଶା କରୁଛି, ଅଯୋଧ୍ୟାକୁ ଆସୁଥିବା ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ କଳାକୃତିକୁ ଦେଖି ଉପଭୋଗ କରିପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେ କହିଛନ୍ତି, ବାଲୁକା କାଳ ନିର୍ମାଣ ପାଇଁ ଉତ୍ତରପ୍ରଦେଶ ସଂସ୍କୃତି ବିଭାଗ ଓ ଲଳିତକଳା ଏକାଡେମୀ ତରଫରୁ ଆମକୁ ନିମନ୍ତ୍ରଣ କରାଯାଇଥିଲା। ମୋ ସହିତ ମୋର ୮ ଜଣ ଛାତ୍ର ଏହି କଳାକୃତି ତିଆରି ପାଇଁ ଆସିଥିଲେ। ଏଥିପାଇଁ ୨ ଦିନ ଲାଗିଛି। ଏହା ନିଶ୍ଚିତ ବିଶ୍ୱ ରେକର୍ଡ ହେବ। କାରଣ ୫୦୦ଟି ଛୋଟ ଛୋଟ ମନ୍ଦିରକୁ ଯୋଡ଼ି ବଡ଼ ମନ୍ଦିର ତିଆରି କରିବା ହେଉଛି ବିରଳ। ସେଥିପାଇଁ ସରକାରଙ୍କ ତରଫରୁ ଆମକୁ ସବୁ ପ୍ରକାର ସହାଯ୍ୟ ଓ ସହଯୋଗ ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଅଯୋଧ୍ୟାରେ ତିଆରି ହେଉଛି। ୨୨ ତାରିଖରେ ପ୍ରଭୁ ଶ୍ରୀରାମ ଲଲାଙ୍କ ପ୍ରଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସଧବ ବୋହୂ ପରି ସଜେଇ ହୋଇଛି ଅଯୋଧ୍ୟା ନଗରୀ। ଆଜିଠାରୁ ଲାଗିଲାଣି ଶ୍ରଦ୍ଧାଳୁ ଓ ଦେଶୀବିଦେଶୀ ପର୍ଯ୍ୟଟକଙ୍କ ଭିଡ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe