Advertisment

ଚିତ୍ରକର ଓ କବି ଇମରୋଜଙ୍କ ପରଲୋକ

ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା।

author-image
Jitendra Garnayak
Imroz

Imroz

ପ୍ରସିଦ୍ଧ ଚିତ୍ରକର ଓ କବି ଇମରୋଜଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା। ପଞ୍ଜାବୀ କବୟିତ୍ରୀ ଅମୃତା ପ୍ରୀତମଙ୍କ ସହିତ ସଂପର୍କକୁ ନେଇ ସେ ଅଧିକ ଜଣାଶୁଣା ଥିଲେ।

Advertisment

ଇମରୋଜ ବାର୍ଦ୍ଧକ୍ୟ ଜନିତ ଅନେକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ତାଙ୍କୁ ଘରକୁ ଅଣାଯାଇଥିଲା। ତେବେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

୧୯୨୬ରେ ପଞ୍ଜାବରେ ଜନ୍ମ ହୋଇଥିଲେ ଇମରୋଜ। ତାଙ୍କ ପ୍ରକୃତ ନାଁ ଥିଲା ଇନ୍ଦ୍ରଜିତ। ୧୯୫୦ରେ ପ୍ରଥମେ ତାଙ୍କର ସାକ୍ଷାତ ହୋଇଥିଲା ଅମୃତା ପ୍ରୀତମଙ୍କ ସହିତ । ସେତେବେଳକୁ ଅମୃତା ପ୍ରୀତମ ପଞ୍ଜାବୀ ସାହିତ୍ୟର ଜଣେ ଜଣାଶୁଣା ନାଁ ହୋଇସାରିଥିଲେ। ଇମରୋଜ ଓ ଅମୃତାଙ୍କ ମଧ୍ୟରେ ଗଭୀର ସମ୍ପର୍କ ସ୍ଥାପନ ହୋଇଥିଲା। ସେମାନେ ୪୦ ବର୍ଷ ଏକାଠି ରହିଥିଲେ। ଅମୃତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଇମରୋଜ ତାଙ୍କ ସହିତ ରହିଥିଲେ।

Advertisment

ଇମରୋଜ ପ୍ରଥମେ ଅମୃତାଙ୍କର ବହିରେ ଚିତ୍ରକର ଭାବେ କାମ ଆରମ୍ଭ କରିଥିଲେ। ତାଙ୍କ ଚିତ୍ରରେ ପ୍ରେମ, ବିରହ ଓ ମାନବ ସଂପର୍କ ଆଦି ପ୍ରତିଫଳିତ ହୁଏ।