Advertisment

ବେଳାଭୂମିରେ କାଳିଆ ଠାକୁରର ବଡ଼ସିଂହାର ବେଶ!

ଏହି ବଡ଼ସିଂହାର ବେଶ ବାଲୁକାକଳା ମାଧ୍ୟମରେ ଅଙ୍କନ କରାଯାଇଛି। ବାଲିରେ ଶ୍ରୀଜଗନ୍ନାଥଙ୍କ ପ୍ରାୟ ୨୫ ଫୁଟର ଦିବ୍ୟ ମୂର୍ତ୍ତି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ଅଦ୍ୟତନ ହୋଇଛି
Puri

Puri

Advertisment

ପୁରୀ ବେଳାଭୂମିରେ କାଳିଆ ସାଆଁନ୍ତର ବଡ଼ସିଂହାର ବେଶ। ଜଗନ୍ନାଥ ମନ୍ଦିରରେ ବହୁ ପ୍ରାଚୀନ କାଳରୁ ଠାକୁରମାନେ ଦୈନନ୍ଦିନ ପ୍ରଥମେ ବସ୍ତ୍ର ଶୃଙ୍ଗାର, ଦ୍ୱିତୀୟରେ ଭୂଷଣ ଶୃଙ୍ଗାର ଓ ଶୟନ କାଳରେ ପୁଷ୍ପ ଶୃଙ୍ଗାରରେ ଭୂଷିତ ହୋଇଥାନ୍ତି। ବଡ଼ସିଂହାର ବେଶ ହେଉଛି ପୁଷ୍ପ ବେଶ। ନାନାଦି ପୁଷ୍ପାଳଙ୍କାରରେ ବିମଣ୍ଡିତ ଶ୍ରୀଜୀଉମାନଙ୍କ ଏହି ଆକର୍ଷଣୀୟ ବେଶ ମନଲୋଭା।

Advertisment

ଏହି ବଡ଼ସିଂହାର ବେଶ ବାଲୁକା କଳା ମାଧ୍ୟମରେ ଅଙ୍କନ କରାଯାଇଛି। ବାଲିରେ ଶ୍ରୀଜଗନ୍ନାଥଙ୍କ ପ୍ରାୟ ୨୫ ଫୁଟର ଦିବ୍ୟ ମୂର୍ତ୍ତି କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ହୋଇଥିବା ଏହି ବିଶାଳ ବାଲୁକା କଳାରେ ଗେଣ୍ଡୁ, ଗୋଲାପ, ସେବତୀ ଫୁଲ ବ୍ୟବହାର କରାଯାଇଛି। ଏଥିସହ ମହାପ୍ରଭୁଙ୍କ ନାକଚଣା, ହୃଦୟ ପଦକ, କର ପଲ୍ଲଭ ଆଦି ବେଳାଭୂମିରେ ଶୋଭା ବର୍ଦ୍ଧନ କରୁଛନ୍ତି।

Advertisment

୨୦୨୪ ନୂଆବର୍ଷକୁ ସ୍ୱାଗତ କରିବାକୁ ସୁଦର୍ଶନ ତାଙ୍କ ବାଲୁକାକଳାରେ କାଳିଆ ଠାକୁରଙ୍କର ଏହି ବେଶ କରିଛନ୍ତି ଏବଂ ଜୟ ଜଗନ୍ନାଥ ବି ଲେଖିଛନ୍ତି। ମହାପ୍ରଭୁଙ୍କର ଏହି ମନଲୋଭା ବେଶ ବଡ଼ସିଂହାରକୁ ଦେଖିବାକୁ ସମୁଦ୍ର ବେଳେଭୂମିରେ ଲୋକଙ୍କର ନାହିଁ ନଥିବା ଭିଡ଼ ଲାଗିଛି।

Puri Lord Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe