Advertisment

‘ବଳଭଦ୍ର ସଂସ୍କୃତି ହେଉଛି ଓଡ଼ିଶାର ଅସ୍ମିତା’

ଜଗନ୍ନାଥ ଓ ବଳଭଦ୍ର ସଂସ୍କୃତି ଯେପରି ଓଡ଼ିଆ ଅସ୍ମିତା ବା ସ୍ୱାଭିମାନର ପ୍ରାଣକେନ୍ଦ୍ର ଠିକ ସେହିପରି କୃଷି ଓ ଗୋପାଳନ ହେଉଛି ଓଡ଼ିଆ ସଂସ୍କୃତି ଓ ଅର୍ଥନୀତିର ମୌଳିକ କ୍ଷେତ୍ର।

Felicitated Person At Gahma Parva

Felicitated Person At Gahma Parva

Advertisment

ଜଗନ୍ନାଥ ଓ ବଳଭଦ୍ର ସଂସ୍କୃତି ଯେପରି ଓଡ଼ିଆ ଅସ୍ମିତା ବା ସ୍ୱାଭିମାନର ପ୍ରାଣକେନ୍ଦ୍ର ଠିକ ସେହିପରି କୃଷି ଓ ଗୋପାଳନ ହେଉଛି ଓଡ଼ିଆ ସଂସ୍କୃତି ଓ ଅର୍ଥନୀତିର ମୌଳିକ କ୍ଷେତ୍ର। ଜୟଦେବଙ୍କ ଗୀତଗୋବିନ୍ଦ ଅନୁସାରେ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ହେଉଛନ୍ତି ବଳରାମ, ଯିଏ ହେଉଛନ୍ତି ବଳଭଦ୍ର। ବଳଭଦ୍ର ଓ ଜଗନ୍ନାଥ ହେଉଛନ୍ତି କୃଷି ଓ ଗୋପାଳନର ପ୍ରବକ୍ତା ଓ ପ୍ରବର୍ତ୍ତକ। ଏ ଦୁଇ ଆର୍ଥନୀତିକ କର୍ମ ବିଶ୍ୱ ତାପନ, ପାଗ ପରିବର୍ତ୍ତନ, ଖାଦ୍ୟ ସଂକଟ, ବାୟୁ-ମୃତ୍ତିକା-ଜଳ ପ୍ରଦୂଷଣ ଏବଂ ବେକାରୀ ଆଦି ସମସ୍ୟାର ସମାଧାନ କରିପାରିବ। ଭୁବନେଶ୍ୱରର ବୁଦ୍ଧ ମନ୍ଦିରରେ ଆୟୋଜିତ ପ୍ରତୀକାତ୍ମକ ଗହ୍ମା ପର୍ବରେ ବକ୍ତାମାନେ ଜଗନ୍ନାଥ ଓ ବଳଭଦ୍ର ତତ୍ତ୍ୱ ସଂପର୍କରେ ଏଭଳି ଅନେକ କଥାର ଅବତାରଣା କରିଛନ୍ତି।

Advertisment

ପାଟରା ଜାତିର ଇଷ୍ଟ ହେଉଛନ୍ତି ପ୍ରଭୁ ବଳଭଦ୍ର। ନିଖିଳ ଉତ୍କଳ ପାଟରା ସମିତି ତରଫରୁ ବଳଭଦ୍ର ତତ୍ତ୍ୱର ପ୍ରଚାର ପ୍ରସାର ପାଇଁ ଆୟୋଜିତ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିରେ ସମିତିର ସଭାପତି ଡାକ୍ତର ରୁଦ୍ର ନାରାୟଣ ପୃଷ୍ଟି। ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଦେବେନ୍ଦ୍ର ପୃଷ୍ଟି, ଅମରନାଥ ପରିଡ଼ା, ଆଇନଜୀବୀ ବୀରନାରାୟଣ ପାତ୍ର, ଯୁବନେତା ଆଶିଷ ସାହୁ, ସରୋଜ ପାତ୍ର, ଶିକ୍ଷାବିତ ଦୀନବନ୍ଧୁ ସାହୁ ପ୍ରମୁଖ ଗହ୍ମା ପର୍ବ ଓ ବଳଭଦ୍ରଙ୍କ ମହିମା ସଂପର୍କରେ ଅନେକ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିରେ ପୂର୍ବତନ ବିରୋଧୀ ଦଳ ନେତା ସଚ୍ଚିଦାନନ୍ଦ ଦଲାଲଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ବ୍ୟତିତ କଟକ କର୍କଟ ପ୍ରତିଷ୍ଠାର ଡାକ୍ତର ଏସଏନ ସେନାପତିଙ୍କ ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୧୪ ଚକଲା ମନୋନୀତ ୧୪ ଜଣ ବ୍ୟକ୍ତି ତଥା ପ୍ରତିଭାଙ୍କୁ ମଧ୍ୟ ଏହି ଅବସରରେ ଉପଢୌକନ, ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା। ପର୍ବ ଅବସରରେ ପାଟରା ଜାତିର ଜଣେ ମେଧାବୀ ମେଡିକାଲ ଛାତ୍ର ରଘୁନାଥ ବେହେରାଙ୍କୁ ୧୦ ହଜାର ଟଙ୍କାର ପ୍ରତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ପର୍ବରେ ଶିଶୁ କଳାକାର ସାଇଶ୍ରୀ ବେହେରା ଓ ପଦ୍ମାଳୟା ପୃଷ୍ଟି ଓଡ଼ିଶୀ ନୃତ୍ୟ, ସଂଗୀତ ପରିବେଷଣ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପାଟରା ସମିତିର ଉପସଭାପତି ସଂଜୟ ପାତ୍ର, ଆଲୋକ ସାହୁ, ସାଧାରଣ ସଂପାଦକ ରବୀନ୍ଦ୍ରନାଥ ସେନାପତି, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ପାତ୍ର, ଆୟୋଜକ କମିଟିର ଭୁବନାନନ୍ଦ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସାହୁ. ଆନନ୍ଦ ସାହୁ, ରବୀନ୍ଦ୍ର ସାହୁ ଓ ଗୋଲକ ସାହୁ ପ୍ରମୁଖ ପ୍ରାୟ ୩୦୦ ପାଟରା ପ୍ରତିନିଧି ଯୋଗ ଦେଇଥିଲେ।

Advertisment
Lord Jagannath Odisha Agriculture Lord Balabhadra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe