Advertisment

ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ

ଗତ ସପ୍ତାହରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବୁଧବାର ବନକଲାଗି କରାଯିବାକୁ ନିଷ୍ପତ୍ତି ହୋଇଥିଲା।

ଅଦ୍ୟତନ ହୋଇଛି
puri

puri

Advertisment

ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି। ଦ୍ୱିତୀୟ ଭୋଗମଣ୍ଡପ ସରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖ ଶ୍ରିଙ୍ଗାର କରାଯିବାକୁ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

Advertisment

ବନକଲାଗି ପାଇଁ ଦିନ ବାରକୁ ନେଇ ଦତ୍ତ ମହାପାତ୍ର ସେବକ ଓ ଶ୍ରୀମନ୍ଦିର ପ୍ରଶାସନର ମଧ୍ୟରେ ବିବାଦ କରାଣରୁ ଗତ ନିଳାଦ୍ରୀ ବିଜେପରଠାରୁ ଆଉ
ଠାକୁରମାନଙ୍କ ବନକଲାଗି ନୀତି ହୋଇନାହିଁ। ଫଳରେ ମହାପ୍ରଭୁଙ୍କ ମଳିନ ମୁଖ ଦର୍ଶନ କରି ଅସନ୍ତୋଷ ପ୍ରକାଶ କରୁଛନ୍ତି ଭକ୍ତ।

ଦତ୍ତ ମହାପାତ୍ର ସେବକ ବୁଧବାର ବନକଲାଗି କରିବାକୁ ଚାହୁଁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ଗୁରୁବାର କରିବାକୁ କହିବାରୁ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ପ୍ରାୟ ୪୦ଦିନ ହେଲା ବନକ ଲାଗି ହୋଇପାରି ନଥିଲା।

Advertisment

ପରେ ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ସର ଅନୁଧ୍ୟାନ କରାଯାଇଥିଲା। ଗତ ସପ୍ତାହରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବୁଧବାର ବନକଲାଗି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଯଦି ଗୁରୁବାର ଦରକାର ପଡ଼େ ତାହାଲେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବ ବୋଲି କୁହାଯାଇଥିଲା।

Puri Shreemandir Puri Puri Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe