ବିଶିଷ୍ଟ କଥାକାର ଭୀମ ପୃଷ୍ଟି ପାଇଲେ ଚଳିତ ବର୍ଷର ସମ୍ମାନଜକନ ଶାରଳା ପୁରସ୍କାର। ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ସେ ଏହି ପୁରସ୍କାର ପାଇଛନ୍ତି। ସ୍ୱତନ୍ତ୍ର ସମାରୋହରେ ଆଜି ଇମ୍ଫା ଚାରିଟେବଲ ଟ୍ରଷ୍ଟ ‘ଇମ୍ପାକ୍ଟ’ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ୫ଲକ୍ଷ ଟଙ୍କା, ସମ୍ମାନପତ୍ର ଓ ଫଳକ ପ୍ରଦାନ କରାଯାଇଛି।
ସେହିଭଳି କଳା କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନା ଲାଗି ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ-୨୦୨୩ ମଧ୍ୟ ଆଜି ପ୍ରଦାନ କରାଯାଇଛି। ପଟ୍ଟଚିତ୍ରର ଅଦ୍ୱିତୀୟ ଗୁରୁ ବେଣୁଧର ମହାପାତ୍ର, ପ୍ରସିଦ୍ଧ ବଂଶୀବାଦକ ଗୁରୁ ମୋହିନୀ ମୋହନ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
Also Read
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ମରାଠୀ ଲେଖକ ଡକ୍ଟର ଜ୍ଞାନେଶ୍ୱର ମୁଲେ। ଇମ୍ଫା ଚାରିଟେବଲ ଟ୍ରଷ୍ଟ ବା ‘ଇମ୍ପାକ୍ଟ’ ପକ୍ଷରୁ ୪୪ ବର୍ଷ ହେଲା ଏହି ସମ୍ମାନଜନକ ଶାରଳାପୁରସ୍କାର ପ୍ରଦାନ କରାଯାଇ ଆସୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Culture & Literature
ପୁଣି ସେବାୟତ ବିବାଦ; ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ
ଗତକାଲି ରାତି ସାଢେ ୮ଟାରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି।
Culture & Literature
‘ଇନ୍ଦୁପୁର ହାଇସ୍କୁଲରେ ପଢ଼ିବା ବେଳେ ମୋ’ ଜୀବନ ଗଢ଼ି ଉଠିଥିଲା’
୧୯୩୯ ମସିହା ଫେବ୍ରୁଆରୀ ୨୭ ତାରିଖରେ ଅବିଭକ୍ତ କଟକ ଜିଲ୍ଲା ତଥା ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫେସର ବୈଷ୍ଣବ ଚରଣ ସାମଲ। ସେ କହିଛନ୍ତି, ଇନ୍ଦୁପୁର ହାଇସ୍କୁଲରେ ପାଠ ପଢ଼ିବା ବେଳେ ମୋ’ ଜୀବନ ଗଢ଼ି ଉଠିଥିଲା।
Culture & Literature
ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଚଳିତ ବର୍ଷ ବିଶିଷ୍ଟ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି। 'ଭୂତି ଭକ୍ତି ବିଭୂତି' ପ୍ରବନ୍ଧ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ।
Culture & Literature
ପ୍ରୟାଗରାଜ ମହାକୁମ୍ଭକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
୨୦୨୫ ଜାନୁଆରୀ ୧୩ ତାରିଖରୁ ଫେବ୍ରୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ପ୍ରୟାଗରାଜରେ ଅନୁଷ୍ଠିତ ହେବ ମହାକୁମ୍ଭ।
Culture & Literature
‘ନାଚେମଲେଇ’ ଓ ‘ସୂର୍ଯ୍ୟଲାବଣ୍ୟ’ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ
କଲିକତାର ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁମା ଆଲୋକା କାନୁନଗୋଙ୍କ ଶିଂଜନ ନୃତ୍ୟାଳୟର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ଶୈଳୀରେ ବନ୍ଦେ ମାତରମ୍, ତାରା ପଲ୍ଲବୀ ଓ ସୂର୍ଯ୍ୟଲାବଣ୍ୟ ପରିବେଷଣ କରିଥିଲେ।