Advertisment

ରକ୍ତରଞ୍ଜିତ ହେଲା ମା ମାଣିକେଶ୍ୱରୀଙ୍କ ପୀଠ

ଏଥର ବି ରକ୍ତରଞ୍ଜିତ ହେଲା ମା ମାଣିକେଶ୍ୱରୀଙ୍କ ପୀଠ। ସଚେତନା ସତ୍ତ୍ୱେ ବି ଦିଆଯାଉଛି ପଶୁ ବଳୀ। ମହାଷ୍ଟମୀର ମଧ୍ୟରାତ୍ରୀରେ ମନ୍ଦିରରେ ଗୁପ୍ତପୂଜା ଓ ପୋଢ ବଳି ସହ ବୋଦା, କୁକୁଡା ଓ ପାରା ବଳି ଦିଆଯାଇଛି।

ଅଦ୍ୟତନ ହୋଇଛି
Odisha

Odisha

Advertisment

ଏଥର ବି ରକ୍ତରଞ୍ଜିତ ହେଲା ମା ମାଣିକେଶ୍ୱରୀଙ୍କ ପୀଠ। ସଚେତନା ସତ୍ତ୍ୱେ ବି ଦିଆଯାଇଛି ପଶୁ ବଳୀ। କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତ୍ର ବିଜୟ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। କଳାହାଣ୍ଡିର ମୂଳ ଅଧିବାସୀମାନେ ଏହି ଶକ୍ତିର ଉପାସକ।

Advertisment

ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରସାଦରେ ଥିବା ମାଣିକେଶ୍ୱରୀଙ୍କ ପୀଠରେ ମୁଣ୍ଡବସା ଠାରୁ ଆରମ୍ଭକରି ମହାଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କର ସ୍ୱତନ୍ତ୍ର ପଦ୍ଧିତରେ ପୂଜାର୍ଚ୍ଚନା କରାଯାଇଥାଏ। ମହାଷ୍ଟମୀର ମଧ୍ୟରାତ୍ରୀରେ ମନ୍ଦିରରେ ଗୁପ୍ତପୂଜା ଓ ପୋଢ ବଳି ସହ ବୋଦା, କୁକୁଡା ଓ ପାରା ବଳି ଦିଆଯାଇଛି। ହଜାର ହଜାର ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତରଞ୍ଜିତ ହୋଇଛି ପୀଠ।

ନିର୍ଦ୍ଧାରିତ ସମୟ ଦିନ ୧୨ଟା ୧୫ ମିନିଟରେ ମନ୍ଦିରରେ ମା’ଙ୍କର ବିଜୟ ପ୍ରତିମା ଛତ୍ର ପହଞ୍ଚିଥିଲା। ପରେ ମା’ଙ୍କ ଚଳନ୍ତି ପ୍ରତିମା ବିଜୟ ଛତ୍ରକୁ ସହର ଉପକଣ୍ଠ ଜେନାଖାଲକୁ ନିଆଯାଇଥିଲା। ସେଠାରେ ପୂଜାର୍ଚ୍ଚନା ପରେ ଭୋର ୫ଟା ୫୦ ମିନିଟରେ ମନ୍ଦିର ଅଭିମୁଖେ ବାହାରିଥିଲା ମା’ଙ୍କ ବିଜୟ ଛତ୍ର। ଏହି ଅ‍ବସରରେ ୨୬ ନମ୍ୱର ଜାତୀୟ ରାଜପଥ ପ୍ରାୟ ୪ କିମିରୁ ଉର୍ଦ୍ଧ ଜେନାଖାଲ ଠାରୁ ମାଣିକେଶ୍ୱରୀଙ୍କ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ରାଜରାସ୍ତାର ଉଭୟ ପାର୍ଶ୍ୱରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା।

Advertisment

ସୁପ୍ରିମକୋର୍ଟ ଓ ହାଇକୋର୍ଟ ପଶୁ ହତ୍ୟା ଉପରେ ରୋକ ଲଗାଇବାକୁ କଡ଼ା ନିର୍ଦ୍ଦେଶନାମା ଜାରି କରିବା ପାଇଁ କହିଥିଲେ। ଏଥିସହ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏହା ବିରୋଧରେ ବିଭିନ୍ନ ପ୍ରକାର ସଚେତନା କାର୍ଯ୍ୟକ୍ରମ କରାଯାଇଥିଲା। ତଥାପି ହଜାର ହଜାର ଭକ୍ତ ମାନସିକ ଅନୁଯାୟୀ ପଶୁ ଓ ପକ୍ଷୀଙ୍କ ବଳି ଦେଇଛନ୍ତି। 

ରକ୍ତଭୂମି କଳାହଣ୍ଡିରେ ଦଶହରା କହିଲେ ଏଠିକାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତ୍ର ଯାତ୍ରାକୁ ହିଁ ବୁଝାଇଥାଏ।

Odia Culture
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe