Advertisment

ଡିଲେଶ୍ୱର ରଣା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର

ଡିଲେଶ୍ୱର ରଣାଙ୍କ ଘର କଳାହଣ୍ଡି ଜିଲ୍ଲା ଧାଆଁରାମାଲ ଗାଁରେ। ତାଙ୍କର ଗଳ୍ପ, କବିତା, ଫିଚର ଓ ଗୀତ ଆଦି ରଚନାରେ ବେଶ୍ ରୁଚି ରହିଛି।

Dileswar Rana

Dileswar Rana

Advertisment

ଯୁବ ଗାଳ୍ପିକ ଡିଲେଶ୍ୱର ରଣା ପାଇବେ ଚଳିତ ୨୦୨୩ ବର୍ଷର ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’। ସେ ତାଙ୍କ ଗଳ୍ପ ସଙ୍କଳନ ‘ସେଁରରା’ ପାଇଁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏ ସଂପର୍କରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସଚିବ କେ.ଶ୍ରୀନିବାସ ରାଓ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦେଇଛନ୍ତି।

Advertisment

ଓଡ଼ିଆ ଭାଷା ପାଇଁ ଏହି ପୁରସ୍କାରର ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକ ଥିଲେ ବିଶିଷ୍ଟ ଲେଖକ ଡକ୍ଟର ବିଭୂତି ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଦାଶ ବେନହୁର।

ପୁରସ୍କାର ବାବଦକୁ ଏକ ସ୍ୱତନ୍ତ୍ର ଉତ୍ସବରେ ଡିଲେଶ୍ୱର ରଣାଙ୍କୁ ୫୦ ହଜାର ଟଙ୍କା ନଗଦ ରାଶି ସହ ଫଳକ ଏବଂ ଉପଢୌକନ ପ୍ରଦାନ କରାଯିବ ବୋଲି ସାହିତ୍ୟ ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ପ୍ରତିବର୍ଷ ଦେଶର ଭିନ୍ନ ଭିନ୍ନ ଭାଷାରେ ୩୫ ବର୍ଷ ବା ତାଠୁ କମ୍ ବୟସର ଯୁବ ଲେଖକମାନଙ୍କୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

ଏଥର ଓଡ଼ିଆ ଭାଷା ପାଇଁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଡିଲେଶ୍ୱର ରଣାଙ୍କ ଘର କଳାହଣ୍ଡି ଜିଲ୍ଲା ଧାଆଁରାମାଲ ଗାଁରେ। ତାଙ୍କର ଗଳ୍ପ, କବିତା, ଫିଚର ଓ ଗୀତ ଆଦି ରଚନାରେ ବେଶ୍ ରୁଚି ରହିଛି। ସେ କଥା ନବପ୍ରତିଭା ସମ୍ମାନ, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ନବନୀତା ପଲ୍ଲବନ ଶବ୍ଦ ସମ୍ମାନ ଓ ତପସ୍ୟା ସମ୍ଭାବନା ପୁରସ୍କାର ପାଇଛନ୍ତି। ଡିଲେଶ୍ୱର ରଣା ଏବେ ଶିକ୍ଷକତା କରୁଛନ୍ତି।

Kendra Sahitya Academy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe