Advertisment

ପିପିଲି ଚାନ୍ଦୁଆ ଶିଳ୍ପର ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ସମସ୍ତ ସାତଟି ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର (ZCC) ଚାନ୍ଦୁଆ ଶିଳ୍ପର ସଂରକ୍ଷଣରେ ସକ୍ରିୟ ଭୂମିକା ନେବେ।

Pipili

Pipili

Advertisment

ପୁରୀର ଐତିହ୍ୟ ପିପିଲି ଚାନ୍ଦୁଆ ଶିଳ୍ପର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ କେନ୍ଦ୍ର ସରକାର ଗୋଟିଏ ବଡ଼ ପଦକ୍ଷେପ ନେଇଛନ୍ତି। ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ରଙ୍କ ଦ୍ୱାରା ଲୋକସଭାରେ ଉଠାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ସେଖାୱତ ପିପିଲି ଚାନ୍ଦୁଆ ଶିଳ୍ପର ସଂରକ୍ଷଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। 

Advertisment

ତାଙ୍କ ଘୋଷଣା ଅନୁଯାୟୀ, ସମସ୍ତ ସାତଟି ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର (ZCC) ଚାନ୍ଦୁଆ ଶିଳ୍ପର ସଂରକ୍ଷଣରେ ସକ୍ରିୟ ଭୂମିକା ନେବେ। ରାଷ୍ଟ୍ରୀୟ ସାଂସ୍କୃତିକ ମହୋତ୍ସବ (RSM)ରେ ଚାନ୍ଦୁଆ ଶିଳ୍ପୀମାନଙ୍କୁ ବିଶେଷ ସ୍ଥାନ ପ୍ରଦାନ କରାଯିବ। ଚାନ୍ଦୁଆ ଶିଳ୍ପୀମାନଙ୍କୁ ଆର୍ଥିକ ସହାୟତା ଦିଆଯିବ। ସେମାନଙ୍କ ପାଇଁ ନୂତନ ବଜାର ସୁଯୋଗ ସୃଷ୍ଟି ହେବ। ଯୁବ ପିଢ଼ିଙ୍କୁ ଏହି ପାରମ୍ପରିକ ଶିଳ୍ପରେ ସାମିଲ କରିବା ପାଇଁ ସ୍ୱତନ୍ତ୍ର ଭାବେ ତାଲିମ ଓ ନିଯୁକ୍ତି ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସେଖାୱତ କହିଛନ୍ତି। 

୧୨ ଶତାବ୍ଦୀରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି ସହ ଜଡ଼ିତ ଏହି ଐତିହାସିକ ଶିଳ୍ପକଳା ତା'ର ସୂକ୍ଷ୍ମ କାରୁକାର୍ଯ୍ୟ ଏବଂ ଜୀବନ୍ତ ରଙ୍ଗ ପାଇଁ ବିଶ୍ୱ ପ୍ରସିଦ୍ଧ। ବାର୍ଷିକ ରଥଯାତ୍ରା ସମେତ ବିଭିନ୍ନ ଧାର୍ମିକ ଉତ୍ସବରେ ଏହି ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି। ଏବେ କେନ୍ଦ୍ର ସରକାର ଏହି ଶିଳ୍ପର ସଂରକ୍ଷଣ ପାଇଁ ପଦକ୍ଷେପ ନେଇଛନ୍ତି। 

Advertisment

ଆମର ଏହି ଅମୂଲ୍ୟ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ କେନ୍ଦ୍ର ସରକାରଙ୍କର ଏହି ପଦକ୍ଷେପ ଯୁଗାନ୍ତକାରୀ ବୋଲି ସମ୍ବିତ ପାତ୍ର କହିଛନ୍ତି। 

Puri Odisha Pipili
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe