Advertisment

ଗୁଲଜାର ଓ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର

ଗୁଲଜାର ହେଉଛନ୍ତି ଜଣେ ପ୍ରସିଦ୍ଧ ଉର୍ଦ୍ଦୁ କବି। ତାଙ୍କୁ ଶ୍ରେଷ୍ଠ ଉର୍ଦ୍ଦୁ କବିଙ୍କ ମଧ୍ୟରେ ଗଣନା କରାଯାଏ। ଅନେକ ହିନ୍ଦୀ ଫିଲ୍ମ ପାଇଁ ସେ ଗୀତ ଲେଖିଛନ୍ତି।

Gulzar and Rambhadracharya

Gulzar and Rambhadracharya

Advertisment

ସଂସ୍କୃତ ବିଦ୍ୱାନ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଓ ପ୍ରସିଦ୍ଧ ଉର୍ଦ୍ଦୁ କବି ତଥା ଗୀତିକାର ଗୁଲଜାର ପ୍ରଦାନ କରାଯିବ ୫୮ତମ ଜ୍ଞାନପୀଠ ପୁରସ୍କାର। ଶନିବାର ଜ୍ଞାନପୀଠ ଚୟନ କମିଟି ପକ୍ଷରୁ କରାଯାଇଛି ଏହି ଘୋଷଣା।

Advertisment

ଜ୍ଞାନପୀଠ ଚୟନ କମିଟି ଜାରି କରିଥିବା ବୟାନରେ କୁହାଯାଇଛି, ୨୦୨୩ ବର୍ଷ ପାଇଁ ଦୁଇଟି ଭାଷାର ଦୁଇ ଜଣ ପ୍ରସିଦ୍ଧ ଲେଖକଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ସଂସ୍କୃତ ସାହିତ୍ୟିକ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଓ ଉର୍ଦ୍ଦୁ ସାହିତ୍ୟିକ ଶ୍ରୀ ଗୁଲଜାରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ଗୁଲଜାର ହେଉଛନ୍ତି ଜଣେ ପ୍ରସିଦ୍ଧ ଉର୍ଦ୍ଦୁ କବି। ତାଙ୍କୁ ଶ୍ରେଷ୍ଠ ଉର୍ଦ୍ଦୁ କବିଙ୍କ ମଧ୍ୟରେ ଗଣନା କରାଯାଏ। ଅନେକ ହିନ୍ଦୀ ଫିଲ୍ମ ପାଇଁ ସେ ଗୀତ ଲେଖିଛନ୍ତି। କିଛି ଫିଲ୍ଲର ସେ ନିର୍ଦ୍ଦେଶନା ଦେଇଛନ୍ତି। ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି। ୨୦୦୨ ମସିହାରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଚଳଚ୍ଚିତ୍ର ପାଇଁ ସେ ଅନେକ ପୁରସ୍କାର ପାଇଛନ୍ତି। ସେ ୫ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ୨୨ଟି ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ୨୦୦୪ରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୧୩ରେ ସେ ପାଇଥିଲେ ଦାଦାସାହେବ ଫାଲକେ ପୁରସ୍କାର।

Advertisment

ସେହିପରି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ହେଉଛନ୍ତି ଚିତ୍ରକୋଟ ସ୍ଥିତ ତୁଳସୀ ପୀଠର ପ୍ରତିଷ୍ଠାତା ଓ ମୁଖ୍ୟ। ସେ ଜଣେ ପ୍ରସିଦ୍ଧ ହିନ୍ଦୁ ଧାର୍ମିକ ଗୁରୁ, ସଂସ୍କୃତ ବିଦ୍ୱାନ, ଶିକ୍ଷକ ତଥା ଲେଖକ। ସେ ୧୦୦ରୁ ଅଧିକ ପୁସ୍ତକ ଲେଖିଛନ୍ତି। ସେ ୨୨ଟି ଭାଷାରେ କଥାବାର୍ତ୍ତା ହୋଇପାରନ୍ତି।

Jnanpith Award Gulzar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe