Advertisment

ଧର୍ମ ଇସଲାମ, ହେଲେ ଭାବ ଜଗନ୍ନାଥ

ବାଲ୍ୟାବସ୍ଥାରୁ କାଳିଆ ଠାକୁରଙ୍କ ପ୍ରତି ଅନାବିଳ ଭକ୍ତି ଆସିଥିଲା। ମହାପ୍ରଭୁଙ୍କ ବିଷୟରେ ଜାଣିବା ପାଇଁ ଓ ମହାପ୍ରଭୁଙ୍କୁ ଦେଖିବା ପାଇଁ ଭାରି ଇଚ୍ଛା ରହିଥିଲା।

ଅଦ୍ୟତନ ହୋଇଛି
Jagannath Culture

Jagannath Culture

Advertisment

ଧର୍ମ ଇସଲାମ୍, ହେଲେ ଭାବ ଭଗବତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚିତ୍ର ଦେଖି ତାଙ୍କର ବଢ଼ିଥିଲା ଉତ୍ସୁକତା। ସନାତନ ଐତିହ୍ୟ ପ୍ରତି ମଧ୍ୟ ତାଙ୍କର ରହିଛି ପ୍ରଗାଢ଼ ଶ୍ରଦ୍ଧା। ଦିନେ ଧର୍ମୀୟ ଭାବାବେଗରୁ ଉର୍ଦ୍ଧ୍ୱକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ସାଜିଥିଲେ ସାଲବେଗ। ଏବେ ସେମିତି ଆଉ ଜଣେ ଦ୍ୱିତୀୟ ସାଲବେଗ ଚର୍ଚ୍ଚାକୁ ଆସିଛନ୍ତି। ଅଉ ସେ ହେଉଛନ୍ତି ଡକ୍ଟର ଶେଖ ମକବୁଲ ଇସଲାମ।

Advertisment

ସୁଫିପନ୍ଥୀ ଇସଲାମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଶେଖ ମକବୁଲ ଇସଲାମ। ତାଙ୍କ ଘର ପଶ୍ଚିମବଙ୍ଗର କୋଲକାତାରେ। ସେଇଠି କଟିଥିଲା ବାଲ୍ୟ ଓ ଯୁବାବସ୍ଥା। କିନ୍ତୁ ବାଲ୍ୟାବସ୍ଥାରୁ କାଳିଆ ଠାକୁରଙ୍କ ପ୍ରତି ତାଙ୍କର ରହିଥିଲା ଅନାବିଳ ଭକ୍ତି। ମହାପ୍ରଭୁଙ୍କ ବିଷୟରେ ଜାଣିବା ପାଇଁ ଓ ମହାପ୍ରଭୁଙ୍କୁ ଦେଖିବା ପାଇଁ ତାଙ୍କର ଭାରି ଇଚ୍ଛା ଥିଲା। ପିଲା ଦିନେ ବୁଲାବୁଲି କରୁଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଗୋଟିଏ ପ୍ରତିଛବି ସେ ଦେଖିବାକୁ ପାଇଥିଲେ। ତା’ପରେ ମକବୁଲ ମହାପ୍ରଭୁଙ୍କ ପ୍ରେମରେ ପଡ଼ି ଯାଇଥିଲେ। 

ସେବେଠାରୁ ଜଗତର ନାଥ ଜଗନ୍ନାଥଙ୍କ ସମ୍ପର୍କରେ ଜାଣିବା ପାଇଁ ତାଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା। ନିଜର କଅଁଳ ବୟସରେ ମକବୁଲ ସବୁଠି ମହାପ୍ରଭୁଙ୍କୁ ଖୋଜି ବୁଲିଲେ। ହେଲେ ମୁସଲମାନ ପରିବାରରେ ଜନ୍ମ ଗ୍ରହଣ କରିଥିବାରୁ ପ୍ରଭୁଙ୍କ ସମ୍ପର୍କରେ ବିଶେଷ କିଛି ତଥ୍ୟ ପାଉନଥିଲେ। ତଥାପି ଖୋଜିବା ତାଙ୍କର ବନ୍ଦ ହୋଇ ନଥିଲା। ସମୟକ୍ରମେ ସେ ଜଗନ୍ନାଥ ସଂସ୍କୃତିକୁ ଆହୁରି ଅଧିକ ଜାଣିବା ପାଇଁ ଚେଷ୍ଟା କରିଥିଲେ। ଆଉ ସେଥିପାଇଁ ଜଗନ୍ନାଥ ଚେତନାକୁ ନେଇ ଉଚ୍ଚତର ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ ମକବୁଲ।

Advertisment

ଏସବୁ ଭିତରେ କୋରାପୁଟର ଶ୍ରୀଜଗନ୍ନାଥ ମନ୍ଦିରର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜିତ ହୋଇଥିଲା ଜାତୀୟ ଆଲୋଚନା ଚକ୍ର। ଏଥିରେ ଭାଗ ନେବା ପାଇଁ କୋଲକତାରୁ ଆସିଥିଲେ ଶେଖ ମକବୁଲ ଇସଲାମ। ସେଠାରେ ରତ୍ନସିଂହାସନ ଉପରେ ତିନି ଠାକୁରଙ୍କୁ ଦର୍ଶନ କରି ସେ ଭାବବିହ୍ଵଳ ହୋଇଯାଇ ଥିଲେ। ମଞ୍ଚ ଉପରେ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ କହୁକହୁ ଅନେକ ତତ୍ତ୍ୱପୂର୍ଣ୍ଣ କଥା ସେ ସମସ୍ତଙ୍କୁ ଜଣାଇଥିଲେ।

ଯେଉଁଠି ଜଗନ୍ନାଥ ନିଜକୁ ସୃଷ୍ଟି କରିଛନ୍ତି ତାହା ଶ୍ରୀକ୍ଷେତ୍ର ପାଲଟିଯାଏ। ସେଠାକାର ସାଧାରଣ ମଣିଷ ମଧ୍ୟ ଅସାଧାରଣ ଭକ୍ତ ଓ ପ୍ରବକ୍ତା ପାଲଟିଯାଆନ୍ତି। ସନାତନ ଐତିହ୍ୟ ପ୍ରତି ପ୍ରଗାଢ ଶ୍ରଦ୍ଧା ତାଙ୍କୁ ଜଗନ୍ନାଥଙ୍କ ଆଡ଼କୁ ଆକର୍ଷିତ କରିଥିଲା ବୋଲି ସୁଫିପନ୍ଥୀ ସଭାରେ କହିଥିଲେ।

ଏହିପରି ଜଣେ ବିଶିଷ୍ଟ ଗବେଷକ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବେଳେ ଏହି ଦୁଇ ଦିନର ଆଲୋଚନା ଚକ୍ରରେ ଶ୍ରୀ ଜଗନ୍ନାଥ ଚେତନା ଓ ଆଦିବାସୀଙ୍କ ସମ୍ପୃକ୍ତିର ବିଭିନ୍ନ ଦିଗକୁ ନେଇ ପ୍ରବନ୍ଧ ପାଠ ତଥା ବକ୍ତବ୍ୟ ଉପସ୍ଥାପନା କରାଯାଇଥିଲା। 

Lord Jagannath Jagannath Temple Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe