Advertisment

‘ନାଚେମଲେଇ’ ଓ ‘ସୂର୍ଯ୍ୟଲାବଣ୍ୟ’ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ

କଲିକତାର ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁମା ଆଲୋକା କାନୁନଗୋଙ୍କ ଶିଂଜନ ନୃତ୍ୟାଳୟର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ଶୈଳୀରେ ବନ୍ଦେ ମାତରମ୍, ତାରା ପଲ୍ଲବୀ ଓ ସୂର୍ଯ୍ୟଲାବଣ୍ୟ ପରିବେଷଣ କରିଥିଲେ।

KonarkFest

KonarkFest

Advertisment

କୋଣାର୍କ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାର ପ୍ରଥମାର୍ଦ୍ଧାରେ ଭାରତ ବର୍ଷର ପ୍ରସିଦ୍ଧ ମଣିପୁରୀ ନୃତ୍ୟାଙ୍ଗନା ଶ୍ରୀମତୀ ପ୍ରୀତି ପଟେଲ ଓ ତାଙ୍କ ସାଥୀ କଳାକାର ମଣିପୁରୀ ନୃତ୍ୟ ଶୈଳୀରେ “ନାଚେମଲେଇ”ରେ ମଣିପୁର ରାସ ନୃତ୍ୟ ଅଭିନୟ ପରିବେଷଣ କରିଥିଲେ। ସନ୍ଧ୍ୟାର ଦ୍ୱିତୀୟୟାର୍ଦ୍ଧରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। କଲିକତାର ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁମା ଆଲୋକା କାନୁନଗୋଙ୍କ ଶିଂଜନ ନୃତ୍ୟାଳୟର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ଶୈଳୀରେ ବନ୍ଦେ ମାତରମ୍, ତାରା ପଲ୍ଲବୀ ଓ ସୂର୍ଯ୍ୟଲାବଣ୍ୟ ପରିବେଷଣ କରିଥିଲେ।

Advertisment

ଦ୍ୱିତୀୟ ସନ୍ଧ୍ୟାକୁ ମୁଖ୍ୟଅତିଥି ଭାବେ ଓଡ଼ିଶାର ପାଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ଵର ଫଙ୍କଓ୍ୱାଲ ଓ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ବାଳମୁକୁନ୍ଦ ଭୂୟାଁ ଓ ସୁପ୍ରିମକୋର୍ଟର ନ୍ୟାୟମୂର୍ତ୍ତି ପ୍ରଶାନ୍ତ କୁମାର ମିଶ୍ର, ଓଡିଶା ହାଇକୋର୍ଟ ନ୍ୟାୟମୂର୍ତ୍ତି ଚକ୍ରଧର ସରଣ ସିଂ ପ୍ରମୁଖ ଯୋଗଦେଇଥିଲେ।

କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ କଲିକତାର ଦର୍ପଣୀ ଅନୁଷ୍ଠାନର ଗୁରୁ ଅର୍ଣ୍ଣବ ବନ୍ଦୋପାଧ୍ୟାୟ ଓ ସାଥୀବୃନ୍ଦ। ଦ୍ୱିତୀୟ ପର୍ଯ୍ୟାୟରେ ମୋହିନୀୟାଟ୍ଟମ ପରିବେଷଣ କରିବେ ସୁଦୂର ଆମେରିକାରୁ ଆସିଥିବା ଡ. ସୁନନ୍ଦା ନାୟାର ଓ ସାଥୀ କଳାକାର।

Advertisment

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Konark Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe