Advertisment

ବିଶିଷ୍ଟ ସାହିତ୍ୟିକ କୁମାର ହସନଙ୍କ ପରଲୋକ

କୁମାର ହସନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍‌ ବିଗିଡ଼ି ଯାଇଥିଲା। ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅଦ୍ୟତନ ହୋଇଛି
Sambalpur

Sambalpur

Advertisment

ବିଶିଷ୍ଟ ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ କୁମାର ହସନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସମ୍ବଲପୁରରେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି।

Advertisment

କୁମାର ହସନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍‌ ବିଗିଡ଼ି ଯାଇଥିଲା। ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସାହିତ୍ୟ ସାଧନା ଓ ଓଡ଼ିଆ ସାହିତ୍ୟର ଅନବଦ୍ୟ କୃତି ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିଛି ଅନେକ ସମ୍ମାନ ଓ ସ୍ଵୀକୃତି। ଜଣେ ଜନବାଦୀ ଲେଖକ ଭାବେ ତାଙ୍କର ସ୍ଵତନ୍ତ୍ର ପରିଚୟ ରହିଛି।

କୁମାର ହସନ ଓଡ଼ିଆ ଓ ହିନ୍ଦୀ ଭାଷାରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ପୁସ୍ତକ ରଚନା କରିଛନ୍ତି। ସେଥି ମଧ୍ୟରୁ କିଛି ପୁସ୍ତକ ବିଦେଶୀ ଭାଷାରେ ମଧ୍ୟ ଅନୁବାଦିତ ହୋଇଛି। ତାଙ୍କ ଲିଖିତ ପୁସ୍ତକ ମଧ୍ୟରେ ବୁଡି ଅଞ୍ଚଳ, ସମ୍ବଲପୁରୀ ଲୋକ ସାହିତ୍ୟ, ରୁଷିଆର ଲୋକକଥା, ଅଗ୍ନିପଥ, ଆଉ ଏକ କଲମ୍ବସ, ଅନୁବାଦ ସାହିତ୍ୟ ପେଟି କୋଟ ଓ ଅନ୍ୟାନ୍ୟ କବିତା, କହିବାର ଅଛି ଅନେକ କିଛି ପ୍ରଭୃତି ରହିଛି। ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକ ଛାୟା ଖେଳି ଯାଇଛି।

Advertisment
Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe