ଶ୍ରୀମନ୍ଦିରରେ ପାନ, ଗୁଟଖା ମନା; ଜାନୁୟାରୀ ପହିଲାରୁ ନିୟମ କଡ଼ାକଡ଼ି

ଖୁବ୍‌ ଶୀଘ୍ର ଶ୍ରୀମନ୍ଦିର ପରିସରରେ ବ୍ୟାନ୍‌ ହେବ ପାନ, ଗୁଟଖା। ଆସନ୍ତା ଜାନୁୟାରୀ ପହିଲାରୁ କଡ଼ାକଡ଼ି ଲାଗୁ ହେବ ଏହି ନିୟମ । ଏଥିନିମନ୍ତେ ଆଜିଠୁ ସମସ୍ତଙ୍କୁ ସଚେତନ କରାଯିବ ।

puri temple

ଶ୍ରୀମନ୍ଦିର

Niharika Rout
  • Published: Tuesday, 14 November 2023
  • Updated: 14 November 2023, 01:52 PM IST

Sports

Latest News

 ନୂଆ ବର୍ଷରୁ ଲାଗୁ ହେବ ନୂଆ ନିୟମ । ଜାନୁୟାରୀ ପହିଲାରୁ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖାକୁ କରାଯିବ ସମ୍ପୂର୍ଣ୍ଣ ନିଷେଧ । ଏଥିନିମନ୍ତେ ଆଜିଠୁ ସମସ୍ତଙ୍କୁ ସଚେତନ କରାଯିବ । ଏନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି।

ପୁରୀ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ମାତ୍ର ଭିତରେ ପାନ, ଗୁଟଖା ଖାଇ ଲୋକେ ଛେପ ପକାଉଥିବାରୁ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି ନିୟମ ପ୍ରଣୟନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ବି ପାନ, ଗୁଟୁଖା ଖାଇ ମନ୍ଦିରରେ ପ୍ରବେଶ ଉପରେ ନିଷେଧାଦେଶ ଲାଗୁ କରାଯାଇଥିବା ବେଳେ ଧରା ପଡ଼ିଲେ ଫାଇନ୍‌ ବ୍ୟବସ୍ଥା ଲାଗୁ ହୋଇଥିଲା। ମାତ୍ର କେହି ଏହାକୁ ଖାତିର କଲେନି। ଫଳରେ ମନ୍ଦିର ଭିତରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି।

Also Read

ତେଣୁ ପୁଣି ଥରେ ଏହି ନିୟମ ଲାଗୁ କରାଯିବା ସହ ଏଥିନିମନ୍ତେ ଆଜିଠୁ ଲୋକଙ୍କୁ ସଚେତନା କରାଯିବ । ଏଥିସହ ଆଉ ଦେଢ ମାସ ପରେ ଅର୍ଥାତ ଜାନୁୟାରୀ ପହିଲାରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ କରାଯିବ । ମନ୍ଦିରକୁ ପ୍ରବେଶ କରୁଥିବା ଭକ୍ତ, ପୂଜକ, ସେବାୟତ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ମଚାରୀ, ପୁଲିସ୍‌ କର୍ମଚାରୀ ସମସ୍ତଙ୍କ ପାଇଁ ଏହି ନିୟମକୁ ସମାନ ଭାବେ ଲାଗୁ କରାଯିବ ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story