ଆଜିଠାରୁ ଆରମ୍ଭ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ଜନତା ମଇଦାନରେ ଆସନ୍ତା ୫ ତାରିଖ ଯାଏଁ ଚାଲିବ ସମ୍ମିଳନୀ।
ଏଥିରେ ଦେଶ ବିଦେଶର ଓଡ଼ିଆ ଭାଷାବିତ୍ ଯୋଗଦେଇ ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଏବଂ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା କରିବେ।
ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହେବ। ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱର କଳାମଣ୍ଡଳ ପରିସରରେ ଅକ୍ଷରଭୂମିର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ମିଳନୀକୁ ସ୍ମରଣୀୟ କରିବା ଲାଗି ଖାଣ୍ଡେଲାଇଟ୍ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ସ୍ୱରୂପ ନିର୍ମିତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Culture & Literature
‘ଇନ୍ଦୁପୁର ହାଇସ୍କୁଲରେ ପଢ଼ିବା ବେଳେ ମୋ’ ଜୀବନ ଗଢ଼ି ଉଠିଥିଲା’
୧୯୩୯ ମସିହା ଫେବ୍ରୁଆରୀ ୨୭ ତାରିଖରେ ଅବିଭକ୍ତ କଟକ ଜିଲ୍ଲା ତଥା ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ ପ୍ରଫେସର ବୈଷ୍ଣବ ଚରଣ ସାମଲ। ସେ କହିଛନ୍ତି, ଇନ୍ଦୁପୁର ହାଇସ୍କୁଲରେ ପାଠ ପଢ଼ିବା ବେଳେ ମୋ’ ଜୀବନ ଗଢ଼ି ଉଠିଥିଲା।
Culture & Literature
ବୈଷ୍ଣବ ଚରଣ ସାମଲ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଚଳିତ ବର୍ଷ ବିଶିଷ୍ଟ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି। 'ଭୂତି ଭକ୍ତି ବିଭୂତି' ପ୍ରବନ୍ଧ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ।
Culture & Literature
ପ୍ରୟାଗରାଜ ମହାକୁମ୍ଭକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
୨୦୨୫ ଜାନୁଆରୀ ୧୩ ତାରିଖରୁ ଫେବ୍ରୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ପ୍ରୟାଗରାଜରେ ଅନୁଷ୍ଠିତ ହେବ ମହାକୁମ୍ଭ।
Culture & Literature
‘ନାଚେମଲେଇ’ ଓ ‘ସୂର୍ଯ୍ୟଲାବଣ୍ୟ’ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ
କଲିକତାର ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁମା ଆଲୋକା କାନୁନଗୋଙ୍କ ଶିଂଜନ ନୃତ୍ୟାଳୟର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ଶୈଳୀରେ ବନ୍ଦେ ମାତରମ୍, ତାରା ପଲ୍ଲବୀ ଓ ସୂର୍ଯ୍ୟଲାବଣ୍ୟ ପରିବେଷଣ କରିଥିଲେ।
Culture & Literature
‘ସିନେମାର ଟାଇଟଲକୁ ନେଇ ମୋର ଇସ୍ୟୁ ଥିଲା, ଆଉ ସେହି ଇସ୍ୟୁ ରହିବ’
ମୁଁ ଜଣେ ଅଭିନେତା। ଅଭିନେତା ହିସାବରେ ସାହିତ୍ୟରେ ଯେତିକି ଜ୍ଞାନ ରହିବା କଥା, ତା’ଠାରୁ ବି କମ୍ ଜ୍ଞାନ ମୋର ଅଛି।