Advertisment

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟିତ: ମୁଖ୍ୟମନ୍ତ୍ରୀ କହିଲେ, ଭାଷାର ଉନ୍ନତି ପାଇଁ ମିଳିମିଶି କାମ କରିବା

ଆସନ୍ତା ୫ ତାରିଖ ଯାଏଁ ଚାଲିବ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ।

author-image
Tapaswini Nayak
ଅଦ୍ୟତନ ହୋଇଛି
ODIA_BHASA_SAMMILAN

ODIA_BHASA_SAMMILAN

ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଉତ୍ସବରେ ଦେଶ ବିଦେଶର ଶତାଧିକ ଲେଖକ ଓ ସାହିତ୍ୟିକ ଯୋଗ ଦେଇଛନ୍ତି। ଏହାସହ ଅନ୍ତର୍ଜାତୀୟ ସ୍ତରର ବହୁ ବିଶିଷ୍ଟ ଭାଷାବିତ୍‌ ଉପସ୍ଥିତ ଅଛନ୍ତି।

Advertisment

ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ସାହିତ୍ୟିକ ଡକ୍ଟର ସୀତାକାନ୍ତ ମହାପାତ୍ର ଓ ଡକ୍ଟର ପ୍ରତିଭା ରାୟ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ସଂସ୍କୃତି ସଚିବ ସୁଜାତା କାର୍ତ୍ତିକେୟନ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଆସନ୍ତା ୫ ତାରିଖ ଯାଏଁ ଚାଲିବ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ତିନିଦିନ ଧରି ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଏବଂ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା ହେବ। ଏଥିରେ ପ୍ରସଙ୍ଗ ରହିଛି 'ଭାଷା ହିଁ ଭବିଷ୍ୟତ'। ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହେବ।

Advertisment

ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱର କଳାମଣ୍ଡଳ ପରିସରରେ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ମିଳନୀକୁ ସ୍ମରଣୀୟ କରିବା ଲାଗି ଖାଣ୍ଡେଲାଇଟ୍ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ସ୍ୱରୂପ ନିର୍ମିତ ହୋଇଛି।

ଉଦଘଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, ଭାଷା ହେଉଛି ଜାତିର ମୁକୁଟ ଓ ଏକତାର ମହାନ ମନ୍ତ୍ର। ଆଜି ଏହି ଗୌରବର ଦିନ ଆରମ୍ଭ ହୋଇଛି। ସାରା ଓଡ଼ିଶା ଏହି ଭାଷା ପାଇଁ ଏକାଠି ହୋଇଛି। ଓଡ଼ିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉଛି। ଆମ ଭାଷାର ଇତିହାସ ଜାଣିବା, ଭବିଷ୍ୟତ ରାସ୍ତା ତିଆରି କରିବା।

ଓଡ଼ିଶା ଭାଷା ଶାସ୍ତ୍ରୀୟ ଭାଷା। ଏହା ସମୃଦ୍ଧ ଇତିହାସ ରହିଛି। ଓଡ଼ିଶା ଭଷାର ଉନ୍ନତି ପାଇଁ ଆମେ ମିଶି କାମ କରିବା। ଏହି ସମ୍ମିଳନୀରେ ଯେଉଁ ପ୍ରସ୍ତାବ ଆସିବ ସରକାର ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

Bhubaneswar Odia Bhasa Sammilani