ପରଲୋକରେ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର। କଟକ ବଡ଼ ମେଡ଼ିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ଜୟନ୍ତ ମହାପାତ୍ରଙ୍କୁ ୯୫ ବର୍ଷ ହୋଇଥିଲା। ସେ ନିମୋନିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି।
Also Read
୧୯୨୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର। କଟକ ଷ୍ଟୁଆଟ୍ସ ସ୍କୁଲରୁ ପାଠ ପଢ଼ା ଆରମ୍ଭ କରିଥିଲେ। ପରେ ପାଟନା ବିଶ୍ୱବିଦ୍ୟାଳୟରୁ ଫିଜିକ୍ସିରେ ଏମ୍ସିଏ ପାସ୍ କରିଥିଲେ। ତା’ପରେ ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ଅଧ୍ୟାପକ ଭାବେ ଶିକ୍ଷକତା କରିଥିଲେ। ସେ ଗଙ୍ଗାଧର ମେହେର କଲେଜ, ଫକିର ମୋହନ ମହାବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ। ତେବେ ୧୯୮୬ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ଚାକିରିରୁ ଅବସର ନେଇଥିଲେ। ଚାକିରି କାଳ ଭିତରେ ଅନେକ କ୍ଷୁଦ୍ର ଗଳ୍ପ ଓ କବିତା ରଚନା କରିଥିଲେ।
ପଦ୍ମଶ୍ରୀ ମହାପାତ୍ର ଦେଶର ପ୍ରଥମ କବି ଯିଏ ଇଂଲିଶ କବିତା ପାଇଁ ସାହିତ୍ୟା ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ। ୨୦୦୯ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହାଛଡ଼ା ଅନ୍ୟ ବହୁ ସମ୍ମାନରେ ସମ୍ମାନୀତ ହୋଇଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Guest Column
ଇତିହାସର ବିକୃତିକରଣ
ଭାରତ ବିଶ୍ୱର ପ୍ରାଚୀନ ଜୀବନ୍ତ ରାଷ୍ଟ୍ର। ଆଧୁନିକ ଅନୁସନ୍ଧାନରୁ ଜଣାଯାଏ ସିନ୍ଧୁ ସଭ୍ୟତା ମିଶର ସଭ୍ୟତାଠାରୁ ୨୨ ହଜାର ବର୍ଷର ପୁରାତନ। ବହୁକାଳୁ ଏଠାରେ ଏକ ସଭ୍ୟତା ବିଦ୍ୟମାନ ଅଛି। ଏଣୁ ଭାରତର ଇତିହାସ ଲେଖନୀର ପରମ୍ପରା ଅତ୍ୟନ୍ତ ପ୍ରାଚୀନ। କିନ୍ତୁ ଆଶ୍ଚର୍ଯ୍ୟର କଥା ଊନ୍ନବିଂଶ ଶତାବ୍ଦୀରେ ବିକଶିତ ୟୁରୋପର ଇତିହାସକାର ଓ ବିଦ୍ୱାନମାନେ ଭ୍ରମାତ୍ମକ ପ୍ରଚାର କରିଛନ୍ତି ଯେ ଭାରତରେ ଇତିହାସ ଲେଖାର ଦୃଷ୍ଟି ଓ ଅବଧାରଣା ନଥିଲା କିମ୍ବା ଭାରତର କୌଣସି ଇତିହାସ ନାହିଁ।
Guest Column
‘ଶାରଳା ଦାସଙ୍କ ମହାଭାରତ’ ନା ‘ସାରୋଳଦାସ ମହାଭାରଥ’
ଏକ ପୁସ୍ତକ ମେଳାରେ ହଠାତ ମୋତେ ମିଳିଥିଲା ଗୋପୀନାଥ ମହାନ୍ତିଙ୍କ ଦ୍ଵାରା ଲିଖିତ ପୁସ୍ତକ ‘ଗବେଷକ ଦୃଷ୍ଟିରେ ସାରୋଳ ମହାଭାରତ’। ଶାରଳାଙ୍କ ସ୍ଥାନରେ ସାରୋଳ ଦେଖି ମୁଁ କିଛିଟା ଆଶ୍ଚର୍ଯ୍ୟ ହୋଇଯାଇଥିଲି ଓ କିଣି ଆଣିଥିଲି ବହିଟିକୁ। ପ୍ରକୃତରେ ସେ ଶାରଳା ଦାସ ଥିଲେ ଯେ ଓଡିଆ ମହାଭାରତ ଲେଖିଥିଲେ ନା ସେ ସାରୋଳ? ଏହି ପ୍ରଶ୍ନ ଖୋଜିବା ଭିତରେ ଅନ୍ୟ ଏକ ସତ୍ୟକୁ ମୁଁ ଆବିଷ୍କାର କରିଥିଲି ଯେ ସେ ‘ସାରୋଳ’ ନୁହଁନ୍ତି ‘ସାରୋଳଦାସ’ ଓ ତାଙ୍କ ଦ୍ଵାରା ଲିଖିତ କାବ୍ୟଗ୍ରନ୍ଥ ‘ମହାଭାରତ’ ମଧ୍ୟ ନୁହେଁ, ତାହା ‘ମହାଭାରଥ’। କେମିତି?
Culture & Literature
ସ୍ୱାତୀ ଜେନାଙ୍କୁ ମିଳିଲା ‘FEMFEST-2024’ ସମ୍ମାନ
ଆଲୋଚନାଚକ୍ର ପରେ ସାମ୍ବାଦିକତାରେ ପରିଚୟ ସୃଷ୍ଟି କରିଥିବା ୭ ଜଣ ପ୍ରତିଷ୍ଠିତ ସାମ୍ବାଦିକଙ୍କୁ ସନ୍ମାର୍ଗ ପକ୍ଷରୁ ‘FEM FEST-2024’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେଥିରେ ଅଛନ୍ତି ଓଡ଼ିଶା ରିପୋର୍ଟର ସାମ୍ବାଦିକା ସ୍ଵାତୀ ଜେନା।
Culture & Literature
ବଳଭଦ୍ର ତତ୍ତ୍ୱ ଓ ସଂସ୍କୃତିର ଚିରନ୍ତନତା ଉପରେ ଗୁରୁତ୍ୱ
କୃଷି ପ୍ରଯୁକ୍ତିର ଆଦ୍ୟ ଉଦ୍ୟକ୍ତା ତଥା ଏହି ସଂସ୍କୃତିର ଦେବତା ବଳଦେବଙ୍କ ଚିରନ୍ତନତା ରହିଛି ଓ ରହିବ। କୃଷିକର୍ମ ବିନା ଖାଦ୍ୟାନ୍ନ ଉତ୍ପାଦନ ଅସମ୍ଭବ ଓ ଖାଦ୍ୟ ବିନା ପ୍ରାଣୀ ଜଗତର ପରିପୋଷଣୀୟତା ଅକଳ୍ପନୀୟ। ଭୂତ ଜଗତ ଅନ୍ନରୁ ସୃଷ୍ଟି। ଏଣୁ ବଳଭଦ୍ର ହେଉଛନ୍ତି ବିଶ୍ୱ ଦେବତା ଓ ପ୍ରାଣୀ ଜଗତର ତତ୍ତ୍ୱାବଧାରକ। ଭୁବନେଶ୍ୱର ବୁଦ୍ଧ ମନ୍ଦିର ପରିସରରେ ନିଖିଳ ଉତ୍କଳ ପାଟରା ସମିତି ପକ୍ଷରୁ ଆୟୋଜିତ ଗହ୍ମା ପର୍ବ ଅବସରରେ ବକ୍ତାମାନେ ପାଟରାକୂଳର ଇଷ୍ଟ ଦେବତା ବାସ୍ତବରେ ବିଶ୍ୱର ଦେବତା ବୋଲି ମତ ପ୍ରଦାନ କରିଛନ୍ତ।
Guest Column
ବିଧବା ପ୍ରଥାର ସମାପ୍ତି ଜରୁରୀ!
ଊଣା ଅଧିକ ସମସ୍ତ ଧର୍ମରେ କୋଟି କୋଟି ମହିଳା ନିଜର ସ୍ୱାମୀକୁ ହରେଇଲା ପରେ ସାରା ଜୀଵନ ଏକ ଅପମାନଜନକ, ବାଛବିଚାର ପୂର୍ଣ୍ଣ ଜୀବନ ଜୀଇଁବାକୁ ବାଧ୍ୟ ହୋଇଥାନ୍ତି। ଭାରତ ପରି ହିନ୍ଦୁ ବହୁଳ ସମାଜରେ ନିଜର ଜୀବନସାଥୀକୁ ହରାଇବା ପରେ ମହିଳାମାନେ ସାଧାରଣତଃ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବା ସହ ଉଭୟ ପରିବାର ଓ ସମାଜରେ ସାମାଜିକ ବିଦ୍ଵେଷ, ଘୃଣା, ଶୋଷଣ ଓ ହିଂସାର ଶୀକାର ହୋଇଥାନ୍ତି।