Advertisment

ପରଲୋକରେ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର

ପଦ୍ମଶ୍ରୀ ମହାପାତ୍ର ଦେଶର ପ୍ରଥମ କବି ଯିଏ ଇଂଲିଶ କବିତା ପାଇଁ ସାହିତ୍ୟା ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ। ୨୦୦୯ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।

ଅଦ୍ୟତନ ହୋଇଛି
Padma Shri Jayanta Mahapatra

Padma Shri Jayanta Mahapatra

Advertisment

ପରଲୋକରେ ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର। କଟକ ବଡ଼ ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ଜୟନ୍ତ ମହାପାତ୍ରଙ୍କୁ ୯୫ ବର୍ଷ ହୋଇଥିଲା। ସେ ନିମୋନିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି।

Advertisment

୧୯୨୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ ପଦ୍ମଶ୍ରୀ ଜୟନ୍ତ ମହାପାତ୍ର। କଟକ ଷ୍ଟୁଆଟ୍ସ ସ୍କୁଲରୁ ପାଠ ପଢ଼ା ଆରମ୍ଭ କରିଥିଲେ। ପରେ ପାଟନା ବିଶ୍ୱବିଦ୍ୟାଳୟରୁ ଫିଜିକ୍ସିରେ ଏମ୍‌ସିଏ ପାସ୍‌ କରିଥିଲେ। ତା’ପରେ ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ଅଧ୍ୟାପକ ଭାବେ ଶିକ୍ଷକତା କରିଥିଲେ। ସେ ଗଙ୍ଗାଧର ମେହେର କଲେଜ, ଫକିର ମୋହନ ମହାବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ। ତେବେ ୧୯୮୬ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ଚାକିରିରୁ ଅବସର ନେଇଥିଲେ। ଚାକିରି କାଳ ଭିତରେ ଅନେକ କ୍ଷୁଦ୍ର ଗଳ୍ପ ଓ କବିତା ରଚନା କରିଥିଲେ।

ପଦ୍ମଶ୍ରୀ ମହାପାତ୍ର ଦେଶର ପ୍ରଥମ କବି ଯିଏ ଇଂଲିଶ କବିତା ପାଇଁ ସାହିତ୍ୟା ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ। ୨୦୦୯ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହାଛଡ଼ା ଅନ୍ୟ ବହୁ ସମ୍ମାନରେ ସମ୍ମାନୀତ ହୋଇଛନ୍ତି।

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe