Advertisment

‘ପରିବର୍ତ୍ତନ ହିଁ ଏକମାତ୍ର ସତ୍ୟ; ବ୍ୟକ୍ତି ବଦଳିଲେ ପରିବାର ବଦଳିବ’

ଦଶବାଟିଆ ବ୍ରହ୍ମାକୁମାରୀ କାର୍ଯ୍ୟକ୍ରମ ପୂର୍ବରୁ ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ୧୦ଟି ଜନଜାତିର ୫୦ ଜଣି ପ୍ରତିନିଧିକୁ ଭେଟିଥିଲେ।

author-image
Manoranjan Sial
BBSR

Brahma Kumaris Ishwariya Vishwa Vidyalaya

ପରିବର୍ତ୍ତନ ହିଁ ଏକମାତ୍ର ସତ୍ୟ। ବ୍ୟକ୍ତି ବଦଳିଲେ ପରିବାର ବଦଳିବ। ଆଉ ପରିବାର ବଦଳିଲେ ସମାଜ ବଦଳିବ। ତିନି ଦିନିଆ ଗସ୍ତର ଅନ୍ତିମ ଦିନରେ ଏଭଳି କିଛି ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisment

ଭୁବନେଶ୍ୱର ତମାଣ୍ଡୋ ଦଶବାଟିଆ ସ୍ଥିତ ବ୍ରହ୍ମାକୁମାରୀ ସେଣ୍ଟରର ଲାଇଟ୍‌ହାଉସ୍‌ କମ୍ପ୍ଲେକ୍ସରେ ଶିଳାନ୍ୟାସ ଉତ୍ସବରେ ଯୋଗଦେଇଥିଲେ ମହାମହିମ। ‘ଦି ଇୟର ଅଫ୍‌ ପଜିଟିଭ୍‌ ଚେଞ୍ଜ ଥିମ୍‌’ ଲଞ୍ଚ କରିବା ସହ ଲୋକଙ୍କୁ ସମ୍ବୋଧନ କରି ମହାମହିମ କହିଥିଲେ, ସବୁ ସମାଜରେ ସବୁ ସମୟରେ କିଛି ନା କିଛି ପରିବର୍ତ୍ତନ ହୁଏ। ପରିବର୍ତ୍ତନ ହେଉଛି ଏକମାତ୍ର ଅପରିବର୍ତ୍ତନୀୟ ପ୍ରକ୍ରିୟା। ଏହାଛଡ଼ା ଓଡ଼ିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ନିବିଡ଼ତା ସଂପର୍କରେ ସେ ବଖାଣିଥିଲେ। ଏହା ପୂର୍ବରୁ ମହାମହିମ ସେଣ୍ଟର ପରିସରରେ ଏକ ଆମ୍ବ ଚାରା ରୋପଣ କରିଥିଲେ।

ଦଶବାଟିଆ ବ୍ରହ୍ମାକୁମାରୀ କାର୍ଯ୍ୟକ୍ରମ ପୂର୍ବରୁ ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ୧୦ଟି ଜନଜାତିର ୫୦ ଜଣି ପ୍ରତିନିଧିକୁ ଭେଟିଥିଲେ। ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ବିଷୟରେ ଗୋଟି ଗୋଟି କରି ପଚାରି ବୁଝିଥିଲେ ରାଷ୍ଟ୍ରପତି।

Advertisment

ଓଡ଼ିଶା ଯେତେବେଳେ ଆସିଛନ୍ତି, ଖାଲି ହାତରେ ବା କେମିତି ଫେରି ଯାଇଥାନ୍ତେ ରାଷ୍ଟ୍ରପତି? ନୂଆଦିଲ୍ଲୀ ଫେରିଯିବା ପୂର୍ବରୁ ରାଷ୍ଟ୍ରପତି ଏଠାରୁ ନିଜ ପାଇଁ କିଛି ଶାଢ଼ି ଓ ସୁଟ୍‌ ପିସ୍‌ କିଣିଥିଲେ। ଭୁବନେଶ୍ୱରରେ ଏକ ପ୍ରତିଷ୍ଠିତ ବସ୍ତ୍ରାଳୟରୁ ରାଜଭବନକୁ ଯାଇଥିଲା ୩୫ଟି ଶାଢ଼ି ଓ ଚୁଡ଼ିଦାର। ସେଥିରୁ ଖଣ୍ଡୁଆ, କୋଟ୍ଟପାଡ, ସମ୍ବଲପୁରୀ ଭଳି ୬ଟି ଶାଢ଼ି ଓ ୬ଟି ସୁଟପିସ ରାଷ୍ଟ୍ରପତି ଓ ତାଙ୍କ ଝିଅ କିଣିଥିଲେ।

ତିନି ଦିନିଆ ଗସ୍ତ ସାରି ଅପରାହ୍ଣରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରି ଯାଇଛନ୍ତି। ଆଉ ଟୁଇନ୍‌ ସିଟିବାସୀଙ୍କ ମଧ୍ୟରେ ଛାଡ଼ି ଯାଇଛନ୍ତି ଅନେକ ଅଭୁଲା ସ୍ମୃତି।

Bhubaneswar Bhubaneswar News