Advertisment

ଭବ୍ୟ ଓ ଦିବ୍ୟ ରୂପ ନେଉଛି ରାମନଗରୀ, ଅହୋରାତ୍ର ଲାଗିଛନ୍ତି ଅଢ଼େଇ ହଜାର କାରିଗର

କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ। ସଜେଇ ହେଉଛି କୋଟି କୋଟି ରାମ ଭକ୍ତଙ୍କ ଆସ୍ଥାର କେନ୍ଦ୍ରସ୍ଥଳୀ ଅଯୋଧ୍ୟା ନଗରୀ।

 Ram Mandir

Ram Mandir

Advertisment

ତ୍ରେତୟା ଯୁଗରେ ୧୪ ବର୍ଷର ବନବାସରୁ ଅଯୋଧ୍ୟାକୁ ଫେରିଥିଲେ ମହାପ୍ରଭୁ ଶ୍ରୀରାମଚନ୍ଦ୍ର। ଆଉ ଏ ଯୁଗରେ, ୫ଶହ ବର୍ଷର ଅସ୍ଥାୟୀ ଆବାସରୁ ଫେରିବେ ଭବ୍ୟ ଓ ଦିବ୍ୟ ମନ୍ଦିରକୁ। ଆସନ୍ତା ଜାନୁଆରୀ ୨୨ରେ ରାମଲାଲା ବିରାଜିବେ ନବନିର୍ମିତ ମନ୍ଦିରର ଗର୍ଭଗୃହରେ। ଏହି ମହାର୍ଘ ମୁହୂର୍ତ୍ତକୁ ଆଉ ମାସଟେ ବି ବାକି ନଥିବା ବେଳେ। କେବଳ ରାମ ମନ୍ଦିର ନୁହେଁ। ସତେ ଯେମିତି ନୂଆରେ ତିଆରି ହେଉଛି ପୂରା ରାମ ନଗରୀ।

Advertisment

ଜୋରସୋରରେ ତିଆରି ଚାଲିଛି ପ୍ରାଣ ପ୍ରତିଷ୍ଠା ଅପେକ୍ଷାରେ ଥିବା ଭବ୍ୟ ରାମ ମନ୍ଦିର। ଦିନ ପାଖେଇ ଆସୁଥିବା ବେଳେ, ମନ୍ଦିରର ପ୍ରଥମ ମହଲାକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ନିୟୋଜିତ ବହୁ ସଂଖ୍ୟକ କ୍ରେନ୍ ଓ ଶହ ଶହ କାରିଗର। ତେବେ କେବଳ ରାମ ମନ୍ଦିର ନୁହେଁ, ରାମଙ୍କ ନଗରୀ ବି ପାଉଛି ସମ୍ପୂର୍ଣ୍ଣ ନୂଆ ରୂପ। ସଜେଇ ହେଉଛି କୋଟି କୋଟି ରାମ ଭକ୍ତଙ୍କ ଆସ୍ଥାର କେନ୍ଦ୍ରସ୍ଥଳୀ ଅଯୋଧ୍ୟା ନଗରୀ।

ମନ୍ଦିରକୁ ଲମ୍ବିଥିବା ମୁଖ୍ୟ ସଡ଼କ ରାମ ପଥଠୁ ରାମମନ୍ଦିରକୁ ଘେରିଥିବା ପରିକ୍ରମା ମାର୍ଗ ପର୍ଯ୍ୟନ୍ତ। ସବୁକିଛି ପ୍ରଶସ୍ତ କରାଯାଇଛି। ସହର ସାରା ଭିତ୍ତିଭୂମି ବିକାଶ ହୋଇଛି ଓ ଅଭୂତପୂର୍ବ ସାଜସଜ୍ଜା ଚାଲିଛି। କେଉଁଠି ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଚିତ୍ର ଅଙ୍କାଯାଇଛି, ତ କେଉଁଠି ଶୋଭା ପାଉଛନ୍ତି ପ୍ରତିମୂର୍ତ୍ତି। ସୂର୍ଯ୍ୟବଂଶୀଙ୍କ ନଗରୀର ସୌନ୍ଦର୍ଯ୍ୟ ବହୁଗୁଣିତ କରୁଛି ସୂର୍ଯ୍ୟସ୍ତମ୍ଭ। ଚାରିଆଡ଼େ ଅଯୋଧ୍ୟାକୁ ନବବଧୂ ଭଳି ସଜାଇବାକୁ ୩ଟି ସିପ୍ଟରେ ଦିନରାତି ୨୪ ଘଣ୍ଟା କାମ ଜାରି ରଖିଛନ୍ତି ପ୍ରାୟ ୨୫ଶହ କାରିଗର। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଏହି କାରିଗରଙ୍କ ମଧ୍ୟରେ ବହୁ ଓଡ଼ିଆ ଶିଳ୍ପୀ ବି ଅଛନ୍ତି।

Advertisment

ରାମମନ୍ଦିର ପ୍ରାଣପ୍ରତିଷ୍ଠା ମହୋତ୍ସବକୁ ଦେଶର କୋଣ ଅନୁକୋଣରୁ ଅତିଥି ଆସୁଥିବା ବେଳେ। ଆଗକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଆହୁରି ବଢ଼ିବ। ସେଥିପାଇଁ ରେଳଷ୍ଟେସନ ଓ ଏୟାରପୋର୍ଟର ବି ବଦଳାଯାଇଛି କାୟାକଳ୍ପ। ଏଠି ବି ଭବ୍ୟ ଓ ଦିବ୍ୟତାର ଛାପ। ତା ସହିତ ଯୋଡ଼ାଯାଇଛି ଯାତ୍ରୀଙ୍କ ପାଇଁ ଆଧୁନିକ ବ୍ୟବସ୍ଥା। ଡିସେମ୍ବର ୩୦ରେ ଏହି ନବନିର୍ମିତ ରେଳଷ୍ଟେସନ ଓ ବିମାନବନ୍ଦରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe