Advertisment

ହବିଷ୍ୟାଳି ଯୋଜନାରେ ଆଜିଠୁ ପଞ୍ଜିକରଣ ଆରମ୍ଭ; ଜାଣନ୍ତୁ, କେଉଁ ସାଇଟ୍‌ରେ କରିବେ ଆବେଦନ

ଏଥର ଅଫ୍‌ଲାଇନ୍‌ ନୁହେଁ କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ୧୧ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।

Ladies in puri

Ladies in puri

Advertisment

ପାଖେଇ ଆସିଲାଣି କାର୍ତ୍ତିକ ମାସ। ଏହି ପବିତ୍ର ମାସରେ ପୁରୀରେ ଜମିବ ହବିଷ୍ୟାଳିଙ୍କ ଭିଡ଼ । ସୁରୁଖୁରୁରେ ସେମାନଙ୍କ ରହଣି ସହ ସୁବିଧାରେ ପ୍ରଭୁଙ୍କ ଦର୍ଶନ ନିମନ୍ତେ ପ୍ରଣୟନ କରାଯାଇଛି ହବିଷ୍ୟାଳି ଯୋଜନା । ଏହି ଯୋଜନା ନିମନ୍ତେ ଆଜିଠୁ ଆରମ୍ଭ ହେଉଛି ପଞ୍ଜିକରଣ।

Advertisment

ଏଥର ଅଫ୍‌ଲାଇନ୍‌ ନୁହେଁ କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ୧୧ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ। ଏଥିପାଇଁ edistrict.odisha.gov.inରେ ଆବେଦନ କରିପାରିବେ। ଏହି ଯୋଜନାରେ ୨୫ ଶହ ହବିଷ୍ୟାଳିଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି।

କାର୍ତ୍ତିକ ବ୍ରତ ଆରମ୍ଭ ପୂର୍ବ ଦିନଠାରୁ ଅକ୍ଟୋବର ୧୮ରୁ ହବିଷ୍ୟାଳି ବ୍ରତ ଆରମ୍ଭ କରିବେ। ଦୂରଦୂରାନ୍ତରୁ ଆସୁଥିବା ହବିଷ୍ୟାଳି ଏହି ଶିବିରରେ ରହିପାରିବେ ।

Advertisment

୨୫ ଶହ ହବିଷ୍ୟାଳିଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ପୁରୀ ପୌରସଂସ୍ଥା କଲ୍ୟାଣ ମଣ୍ଡପ ଓ ଅକ୍ଷୟପାତ୍ର ବିଲଡିଂରେ ରଖାଯିବ । କାହାକୁ ବିନା ରେଜିଷ୍ଟ୍ରେସନରେ ରଖାଯିବ ନାହିଁ।

ପୂର୍ବ ବର୍ଷ ଭଳି ଏଥିର ବି ହବିଷ୍ୟାଳିଙ୍କୁ ସବୁ ସୁବିଧା ହବିଷ୍ୟାଳିଙ୍କୁ ଯୋଗାଇ ଦିଆଯିବ । ସେମାନଙ୍କ ପାଇଁ ରହିବା ଓ ମହାପ୍ରସାଦ ସେବନ ବ୍ୟବସ୍ଥା କରିବ ପ୍ରଶାସନ।

ହବିଷ୍ୟାଳୀଙ୍କ ସୁସ୍ଥ ଓ ସୁରକ୍ଷିତ ରହଣି ବ୍ୟବସ୍ଥା, ସ୍ନାନ, ପ୍ରାତଃରୁ ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ସଂଧ୍ୟାରେ ଭଜନ, କୀର୍ତ୍ତନ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସରକାରଙ୍କ ହବିଷ୍ୟାଳୀ ଶିବିର ଛଡା ବିଭିନ୍ନ ମଠ ମନ୍ଦିର ଓ ଘର ମାନଙ୍କରେ ଭଡାରେ ହବିଷ୍ୟାଳୀମାନେ ରୁହନ୍ତି । ତେଣୁ କେବଳ ହବିଷ୍ୟାଳୀ ଯୋଜନାରେ ଅନ୍ତର୍ଭୁକ୍ତ ହବିଷ୍ୟାଳୀଙ୍କ ସହ ମଠ ମନ୍ଦିରରେ ରହୁଥିବା ହବିଷ୍ୟାଳୀଙ୍କ ଦର୍ଶନ ସୁବିଧା ଉପରେ ପ୍ରଶାସନ ଯତ୍ନବାନ ହୁଅନ୍ତୁ ବୋଲି ଦାବୀ କରିଛନ୍ତି ବୁଦ୍ଧିଜୀବୀ।

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe