Advertisment

ବାକ୍ ସ୍ୱାଧୀନତା ଘୃଣା ଭାଷଣରେ ପରିଣତ ହେବା ଅନୁଚିତ: ମାଡ୍ରାସ ହାଇକୋର୍ଟ

ସନାତନ ଧର୍ମ ଶାଶ୍ୱତ ସେବାର ଏକ ସମୂହ। ଯେଉଁଥିରେ ଜାତି, ରାଷ୍ଟ୍ର, ପିତାମାତା ଏବଂ ଗୁରୁଙ୍କ ପ୍ରତି କର୍ତ୍ତବ୍ୟ ରହିଛି। ଗରିବଙ୍କ ପ୍ରତି ସେବା ରହିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Madras HC

Madras HC

ସନାତନ ଧର୍ମକୁ ନେଇ ଚାଲିଥିବା ବିତର୍କ ତଥା ବିରୋଧ ମଧ୍ୟରେ ମାଡ୍ରାସ ହାଇକୋର୍ଟଙ୍କ ମହତ୍ତ୍ୱପୂର୍ଣ୍ଣ ମନ୍ତବ୍ୟ। ଅଦାଲତ କହିଲେ, ସନାତନ ଧର୍ମ ଶାଶ୍ୱତ ସେବାର ଏକ ସମୂହ। ଯେଉଁଥିରେ ଜାତି, ରାଷ୍ଟ୍ର, ପିତାମାତା ଏବଂ ଗୁରୁଙ୍କ ପ୍ରତି କର୍ତ୍ତବ୍ୟ ରହିଛି। ଗରିବଙ୍କ ପ୍ରତି ସେବା ରହିଛି। ବର୍ତ୍ତମାନ ସମୟରେ ସନାତନ ଧର୍ମ ଜାତି ଏବଂ ଅସ୍ପୃଶ୍ୟତାକୁ ପ୍ରୋତ୍ସାହିତ କରୁଛି ବୋଲି ଲୋକଙ୍କ ମନରେ ଏକ ଧାରଣା ସୃଷ୍ଟି କରାଯାଉଛି। ଏହା ସମ୍ପୂର୍ଣ୍ଣ ରୂପେ ଭୁଲ୍।

Advertisment

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ବାକ୍ ସ୍ୱାଧୀନତା ଦେଇଛି, କିନ୍ତୁ ଏହା ଘୃଣ୍ୟ ଶବ୍ଦ ବା ବାକ୍ୟକୁ ରୂପାନ୍ତରିତ ହେବା ଅନୁଚିତ୍। ବିଶେଷ କରି ଯେତେବେଳେ ଧର୍ମ କଥା ଆସେ। କୌଣସି ଧର୍ମ ପ୍ରତି ବିବାଦୀୟ ଟିପ୍ପଣୀ ଆଦୌ ଗ୍ରହଣୀୟ ନୁହେଁ। ବାକ୍ ସ୍ୱାଧୀନତା ଘୃଣା ବାକ୍ୟରେ ପରିଣତ ହେବା ଉଚିତ୍ ନୁହେଁ ବୋଲି ଅଦାଲତ କହିଛନ୍ତି। 

ଏଲାଙ୍ଗୋଭାନ୍ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଆବେଦନ ହୋଇଥିବା ଏକ ପିଟିସନର ବିଚାର ସମୟରେ ଜଷ୍ଟିସ୍ ଏନ ଶେଷଶାୟୀ ଏପରି କହିଛନ୍ତି। ଆବେଦନ ଅନୁସାରେ, ସ୍ଥାନୀୟ ସରକାରୀ ଆର୍ଟ୍ସ କଲେଜରେ ଏକ ବିଷୟବସ୍ତୁ ଉପରେ ପିଲାମାନଙ୍କୁ ସେମାନଙ୍କ ମତାମତ ରଖିବାକୁ କୁହାଯାଇଥିଲା। ଯେଉଁଥିରେ 'ସନାତନର ବିରୋଧ' ପ୍ରସଙ୍ଗ ଥିଲା। ଏହାକୁ ବିରୋଧ କରି ଏହି ଆବେଦନ କରାଯାଇଥିଲା। 

Advertisment

ଏନେଇ ବିଚାର କରିବା ସମୟପେ ଜଷ୍ଟିସ୍ ଶେଷଶାୟୀ କହିଛନ୍ତି, ସମାନ ନାଗରିକ ଥିବା ଦେଶରେ ଅସ୍ପୃଶ୍ୟତାକୁ ବରଦାସ୍ତ କରାଯାଇପାରିବ ନାହିଁ। କାରଣ ସମ୍ବିଧାନର ଧାରା ୧୭ ଅସ୍ପୃଶ୍ୟତାକୁ ବିରୋଧ କରେ। ଘୃଣ୍ୟ ମନ୍ତବ୍ୟରୁ ନିବୃତ୍ତ ରହିବା ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି ଯେ, ପ୍ରତ୍ୟେକ ଧର୍ମ ବିଶ୍ୱାସ ଉପରେ ଆଧାରିତ ଏବଂ ବିଶ୍ୱାସ ଉପରେ ତର୍କ କରିବା ଅନୁଚିତ୍। ତେଣୁ, ଯେତେବେଳେ ଧର୍ମ ସହ ଜଡିତ ବିଷୟ ଉପରେ କେହି ମନ୍ତବ୍ୟ ଦେଉଛନ୍ତି ଯେପରି ଏଥିପାଇଁ କାହାକୁ ଆଘାତ ନ ପହଞ୍ଚେ ସେଥିପ୍ରତି ସତର୍କ ରହିବା ଉଚିତ୍। 

ନିକଟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ଡିଏମକେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ବିରୁଦ୍ଧରେ ମନ୍ତବ୍ୟ ଦେଇଥିଲେ। ସେ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ, କରୋନା ସହ ତୁଳନା କରି ଏହାର ମୂଳୋତ୍ପଟନ ଆବଶ୍ୟକ ବୋଲି କହିଥିଲେ। ଏହାକୁ ନେଇ ଦେଖା ଦେଇଥିଲା ବିବାଦ।

Sanatana Dharma Sanatana Dharma Row Madras High Court