Advertisment

ଦଶପଲ୍ଲାରୁ ପୁରୀରେ ପହଞ୍ଚିଲା ରଥକାଠ

ଧଉରା ଓ ଅସନକୁ ମିଶାଇ ୧୦୨ ଖଣ୍ଡ କାଠ ଆସିଛି।

Puri

Puri

Advertisment

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଆସି ପୁରୀରେ ପହଞ୍ଚିଛି ରଥକାଠ। ପ୍ରଥମ ପର୍ଯ୍ୟାୟରେ ୩ଟି ଟ୍ରକ୍‌ରେ ୧୦୨ ଖଣ୍ଡ କାଠ ଆସିଛି।

Advertisment

ଦଶପଲ୍ଲା ସ୍ଥିତ ପୋଖରୀଗୋଛା ଅଞ୍ଚଳରୁ ଦୁଇ ଟ୍ରକ୍ ଓ ଚଢ଼େୟାପଲ୍ଲୀ ଅଞ୍ଚଳରୁ ଗୋଟିଏ ଟ୍ରକ୍ ଭର୍ତ୍ତି କାଠ ଆସିଛି। ଧଉରା ଓ ଅସନକୁ ମିଶାଇ ୧୦୨ ଖଣ୍ଡ କାଠ ଅଛି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ୩ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଦରକାର ହେଉଥିବାବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୫୩ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ବର୍ଷ ଆଉ ୮୧୨ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ରୁ ୧୦୨ ଖଣ୍ଡ କାଠ ପୁରୀରେ ପହଞ୍ଚିଛି।

Advertisment

ଆଜି ନୟାଗଡ଼ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ପୁରୀ ଅଭିମୁଖେ ଆସିଥିଲା ପ୍ରଥମ ପର୍ଯ୍ୟାୟ ରଥକାଠ। ଏହି ଅବସରରେ ନୟାଗଡ଼ DFO କ୍ଷମା ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ।

Ratha Yatra Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe