Ram Lalla
ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜାନୁଆରୀ ୨୩ ତାରିଖରୁ ଏହା ସାଧାରଣ ଭକ୍ତଙ୍କ ପାଇଁ ଖୋଲିଥିଲା। ଏହି ୧୧ ଦିନ ମଧ୍ୟରେ ରାମ ମନ୍ଦିରକୁ ଆସିଛନ୍ତି ୨୫ ଲକ୍ଷ ଶ୍ରଦ୍ଧାଳୁ। ଆଉ ଏହି ୧୧ ଦିନରେ ମନ୍ଦିରକୁ ୧୧ କୋଟିରୁ ଅଧିକ ଟଙ୍କା ଦାନ କରିଛନ୍ତି ଭକ୍ତ।
ମନ୍ଦିରରେ ରଖାଯାଇଥିବା ଦାନବାକ୍ସ ଗୁଡ଼ିକ ଶୀଘ୍ର ଶୀଘ୍ର ପୂର୍ଣ୍ଣ ହୋଇଯାଉଛି। ୧୧ ଦିନରେ ଦାନବାକ୍ସଗୁଡ଼ିକରୁ ମୋଟ ୮ କୋଟି ଟଙ୍କା ସଂଗ୍ରହ କରାଯାଇଛି। ସେହିପରି ଚେକ୍ ଓ ଅନ୍ଲାଇନ୍ ମାଧ୍ୟମରେ ଭକ୍ତମାନେ ୩.୫ କୋଟି ଟଙ୍କା ଦାନ କରିଛନ୍ତି।
ଦେଶର ବିଭିନ୍ନ ସ୍ଥାନରୁ ରାମ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟୁଛି। ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେ ନେଇ ମନ୍ଦିର ଟ୍ରଷ୍ଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Ram_Lalla__1706891587.jpg)