Advertisment

ତିରୁପତି ମନ୍ଦିରରେ ଦିନକୁ ତିଆରି ହୁଏ ୩ ଲକ୍ଷ ଲଡ଼ୁ, ବାର୍ଷିକ ଆୟ ୫୦୦ କୋଟି ଟଙ୍କା

ରୋଷଶାଳାରେ ପ୍ରସ୍ତୁତ ହୁଏ ତିରୁପତିଙ୍କ ଲଡ଼ୁ, ଯାହାକୁ 'ପୋତୁ' କୁହାଯାଏ ଏବଂ ପ୍ରସାଦ ପ୍ରସ୍ତୁତ ପ୍ରକ୍ରିୟାକୁ କୁହାଯାଏ 'ଦିତ୍ତମ୍'।

author-image
Debibandita Barick
Tirupati Temple & Laddu

Tirupati Temple & Laddu

ଭାରତର ପ୍ରସିଦ୍ଧ ଦେବଦବୀ ମନ୍ଦିରରେ ସ୍ୱତନ୍ତ୍ର ପ୍ରସାଦାର ଗାରିମା ରହିଛି। ଆଉ ଏହି ପ୍ରସାଦ ଉକ୍ତ ମନ୍ଦିର ବା ଦେବସ୍ଥାନର ଅନ୍ୟ ଏକ ପରିଚୟ ଭାବେ ପରିଗଣିତ ହୁଏ। ତେଣୁ ଭକ୍ତମାନେ ଯେଉଁ ତୀର୍ଥସ୍ଥାନ ବୁଲି ଯାଆନ୍ତି, ସେଠାରୁ ନିଶ୍ଚିତ ରୂପେ ପ୍ରସାଦ ନେଇ ଆସନ୍ତି। ସେଥି ମଧ୍ୟରୁ ଆନ୍ଧ୍ରପ୍ରଦେଶର ପ୍ରଭୁ ଶ୍ରୀ ଭେଙ୍କଟଶ୍ୱରଙ୍କ ତିରୁପତି ମନ୍ଦିରର ଲଡ଼ୁ ଅନ୍ୟତମ।

Advertisment

ଏହି ଲଡ଼ୁ ସ୍ୱତନ୍ତ୍ର ପ୍ରକ୍ରିୟାରେ ପ୍ରସ୍ତୁତ ହୁଏ ଏବଂ ଏହାର ମାହାତ୍ମ୍ୟ ମଧ୍ୟ ରହିଛି। କିନ୍ତୁ ନିକଟରେ ତିରୁପତି ମନ୍ଦିରର ଲଡ଼ୁକୁ ନେଇ ବିବାଦ ସୃଷ୍ଟି ହୋଇଛି। ଖୋଦ୍ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ହେଉଛି ଯେ, ତିରୁପତି ମନ୍ଦିରରେ ପ୍ରସ୍ତୁତ ହେଉଥିବା ପ୍ରସାଦରେ ବିଭିନ୍ନ ପଶୁ ଚର୍ବି ସହ ମାଛ ତେଲ ଅପମିଶ୍ରଣ ହେଉଛି, ଯାହା ପୂର୍ବର ଆଇଏସଆର କଂଗ୍ରେସ ସରକାରଙ୍କ ସମୟରୁ ଚାଲିଆସୁଛି। 

ଏହାପରେ ଲ୍ୟାବରେ ପରୀକ୍ଷଣ ହୋଇଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ଅଭିଯୋଗ ସତ ସାବ୍ୟସ୍ତ ହୋଇଛି। ଲ୍ୟାବ୍ ରିପୋର୍ଟରୁ ଜଣାଯାଇଛି ଯେ, ମନ୍ଦିରର ଲଡ଼ୁ ମାଛ ତେଲ ସମେତ ଘୁଷୁରି ଓ ଗୋ ଚର୍ବି ତେଲରେ ତିଆରି ହେଉଛି। ଏହାକୁ ନେଇ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନାଇଡୁଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ତେବେ ତିରୁପତି ମନ୍ଦିରରେ ପ୍ରସ୍ତୁତ ଲଡୁର ପ୍ରଣାଳୀ, କେବେଠାରୁ ଲଡ଼ୁ ପ୍ରସ୍ତୁତ ହେଉଛି ଏବଂ ଦିନକୁ କେତେ ଲଡ଼ୁ ତିଆରି ହୁଏ, ଜାଣନ୍ତୁ...

Advertisment

ତିରୁପତି ଲଡ଼ୁ ତିଆରି 
ଏହି ଲଡ଼ୁ ମନ୍ଦିରର ରୋଷଶାଳାରେ ପ୍ରସ୍ତୁତ ହୁଏ, ଯାହାକୁ 'ପୋତୁ' କୁହାଯାଏ। ପ୍ରସାଦ ପ୍ରସ୍ତୁତ ପ୍ରକ୍ରିୟାକୁ କୁହାଯାଏ 'ଦିତ୍ତମ୍'। ମନ୍ଦିର ଇତିହାସରେ କେବଳ ଛଅ ଥର ପ୍ରସାଦ ପ୍ରସ୍ତୁତ ପ୍ରଣାଳୀରେ ପରିବର୍ତ୍ତନ କରାଯାଇଛି। ୨୦୧୬ ଟିଟିଡି (ତିରୁପତି ତିରୁମାଳା ଦେବସ୍ଥାନମ) ରିପୋର୍ଟ ଅନୁଯାୟୀ, ଲଡ଼ୁରେ ଏକ ଐଶ୍ୱରୀୟ ସୁଗନ୍ଧ ଅଛି।

ପ୍ରାରମ୍ଭରେ, ପ୍ରସାଦକୁ ଅଧିକ ଦିନ ରଖିବା ପାଇଁ ପ୍ରଥମେ ଏଥିରେ ବେସନ ଏବଂ ଗୁଡ଼ ସିରା ମିଶା ଯାଉଥିଲା। ପରେ ଉଭୟ ସ୍ୱାଦ ଏବଂ ପୁଷ୍ଟିକର ମାନ ବଢାଇବା ପାଇଁ ଏଥିରେ ଆଲମୋଣ୍ଡ, କାଜୁ ଏବଂ କିସମିସ୍ ମିଶା ଯାଇ ତିଆରି କରାଯାଉଛି। 

ଦିନକୁ ତିଆରି ହୁଏ ୩ ଲକ୍ଷ ଲଡ଼ୁ
ରିପୋର୍ଟ ଅନୁସାରେ, ତିରୁପତି ମନ୍ଦିରରେ ପ୍ରତ୍ୟେକ ଦିନ ପ୍ରାୟ ତିନି ଲକ୍ଷ ଲଡ଼ୁ ତିଆରି ହୁଏ। ଏହାକୁ ଟିଟିଡି ପକ୍ଷରୁ ବିକ୍ରି କରାଯାଏ। ଲଡ଼ୁ ବିକ୍ରୟରୁ ଟିଟିଡି ବାର୍ଷିକ ୫୦୦ କୋଟି ଟଙ୍କା ଆୟ କରେ।  

ତିରୁପତି ମନ୍ଦିର ଲଡ଼ୁର ଇତିହାସ
ତିରୁପତି ଲଡୁର ଇତିହାସ ୩୦୦ ବର୍ଷରୁ ଅଧିକ ପୁରୁଣା। ଏହା ୧୭୧୫ରୁ ଆରମ୍ଭ ହୋଇଥିବା ବିଶ୍ୱାସ କରାଯାଏ। ୨୦୧୪ରେ ତିରୁପତି ଲଡ଼ୁକୁ ଜିଆଇ ଟ୍ୟାଗ୍ ବା ଭୌଗୋଳିକ ମାନ୍ୟତା ମିଳିଥିଲା।

Tirupati Temple TTD Tirupati Laddu