Advertisment

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଅନନ୍ତ ଅମ୍ବାନୀ, ଦାନ କଲେ ୨ କୋଟି ୫୦ ଲକ୍ଷ ଟଙ୍କା

ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ହେଉଛନ୍ତି ଅନନ୍ତ ଅମ୍ବାନୀ। ସେ ଶ୍ରୀମନ୍ଦିରକୁ ୨କୋଟି ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି।

author-image
Manoj Swain
ଅଦ୍ୟତନ ହୋଇଛି

ବିବାହ ପୂର୍ବରୁ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଅନନ୍ତ ଅମ୍ବାନୀ। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ହେଉଛନ୍ତି ଅନନ୍ତ ଅମ୍ବାନୀ। ସୂଚନା ଅନୁସାରେ, ଅନନ୍ତ ଅମ୍ବାନୀ ମଙ୍ଗଳବାର ରାତିରେ ପୁରୀରେ ପହଞ୍ଚିଥିଲେ। ପରେ ଶ୍ରୀ ମନ୍ଦିର ପ୍ରଶାସନ ଅଧିକାରୀ, ପରିଚାଳନା କମିଟି ସଦସ୍ୟ, କୌଳିକ ପଣ୍ଡା ଅନନ୍ତଙ୍କୁ ସ୍ୱାଗତ କରି ଶ୍ରୀମନ୍ଦିରକୁ ନେଇଥିଲେ। ସେଠାରେ ଶ୍ରୀଜିଉଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ସେ ଶ୍ରୀମନ୍ଦିରକୁ ୨କୋଟି ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି।  

Advertisment
Odisha Puri Shreemandir Anant Ambani