Advertisment

ଘୁଞ୍ଚାଇ ଚାଲିଛନ୍ତି କାଳିଆର ଶ୍ରୀମୁଖ ଶୃଙ୍ଗାର

ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
undefined

lord jagannath

ପୁଣି ଘୁଞ୍ଚାଇ ଦେଲେ କାଳିଆର ଶ୍ରୀମୁଖ ଶୃଙ୍ଗାର। ଆସନ୍ତା ୯ ତାରିଖରେ କାଳିଆର ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ହେବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ ନୀତି ଥିବାରୁ କାଲି ହେବନି ବନକଲାଗି। ତେଣୁ ଆସନ୍ତା ୯ ତାରିଖ ବୁଧବାର ବନକଲାଗି ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ଶ୍ରବଣା ମକର ନକ୍ଷେତ୍ର ଓ ବିଶେଷ ନୀତି ରହୁଥିବାରୁ ବୁଧବାର ବନକଲାଗି ହୋଇପାରିବ ନାହିଁ। ବିଶେଷ ନୀତି ସହ ବନକଲାଗି ନୀତି ସମ୍ପାଦନ କଲେ ଭକ୍ତମାନେ ଠାକୁର ଦର୍ଶନ ଓ ମହାପ୍ରସାଦ ଶୀଘ୍ର ପାଇବାରେ ହିନସ୍ତା ହେବେ। କାରଣ ବନକଲାଗି କଲେ ଠାକୁର ଦର୍ଶନ ବ୍ୟବସ୍ଥା ବନ୍ଦ କରିବାକୁ ପଡ଼ିବ। ତେଣୁ ଆସନ୍ତା ୯ ତାରିଖରେ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯିବ।

Advertisment

ସେପଟେ ଦତ୍ତମହାପାତ୍ର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ମାଧ୍ୟମରେ ଜଣାଯାଇଛି ଯେ, ପ୍ରଶାସନ ଯେଉଁ ଦିନ ଠାକୁରଙ୍କ ବନକଲାଗି କରିବାକୁ ନିଷ୍ପତ୍ତି ନେବ ସେହିଦିନ ପାଇଁ ଦତ୍ତମହାପାତ୍ର ନିଯୋଗ ପ୍ରସ୍ତୁତ ରହିଛି।

ସୂଚନା ଥାଉକି, ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ମହାପ୍ରଭୁମାନଙ୍କ ବନକଲାଗି ହୋଇପାରୁନି। ଗୁରୁବାର ବନକଲାଗି କରିବାକୁ ଦତ୍ତମହାପାତ୍ର ନିଯୋଗ ଜିଦ୍ ଧରିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ବୁଧବାର କରିବାକୁ କହୁଛି। ଦତ୍ତମହାପାତ୍ର ନିଯୋଗ ସେବା ନକଲେ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଚେତାବନୀ ଦେଇଥିବା ଶ୍ରୀମନ୍ଦିର ପ୍ରଶାସନ ପରେ ଶୀଥିଳ ପଡ଼ି ଯାଇଥିଲା। ଏହି ନିଷ୍ପତ୍ତି ବିବାଦ ଗତ ୨୮ ତାରିଖ ନୀତି ସବ୍‌କମିଟି ବୈଠକରେ ଛିଡ଼ି ନପାରିବାରୁ ଆଜି ହେବାକୁ ଥିବା ପରିଚାଳନା କମିଟିରେ ସମାଧାନ ହେବାର ଥିଲା। ହେଲେ ଏହି ବୈଠକ ମଧ୍ୟ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଘୁଞ୍ଚାଇ ଦିଆଯାଇଛି। ତେଣୁ ବିବାଦର ସ୍ଥାୟୀ ସମାଧାନ ବାଟ ଦିଶୁନି। ଏପରି ସ୍ଥଳେ ମହାପ୍ରଭୁଙ୍କ ବନକଲାଗି କେବେ ହେଉଛି ତାହାକୁ ଭକ୍ତ ଚାହିଁ ବସିଛନ୍ତି। ପ୍ରଶାସନ ଓ ସେବକଙ୍କ ଦାୟିତ୍ୱହୀନତା ନେଇ ଅସନ୍ତୋଷ ଝାଡ଼ୁଛନ୍ତି।

Advertisment

ବନକଲାଗି ନିର୍ଦ୍ଧାରିତ ସମୟରେ ନ ହେବା ଫଳରେ ମହାପ୍ରଭୁଙ୍କ ଶ୍ରୀମୁଖରେ ବିଘ୍ନ ଜଳଜଳ ଦେଖାଗଲାଣି। ଏହା ରାଜା, ପ୍ରଜାଙ୍କ ନିମନ୍ତେ ଅମଙ୍ଗଳକାରକ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଗତ ରଥଯାତ୍ରା ପରଠାରୁ ଏ ପର୍ଯ୍ୟନ୍ତ ପ୍ରାୟ ମାସେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନି। ଯାହାକି ପ୍ରତି ସପ୍ତାହର ବୁଧବାର କିମ୍ୱା ଗୁରୁବାର ହେବା କଥା ବୋଲି ଶାସ୍ତ୍ରୀୟ ପ୍ରମାଣ ରହିଛି।

Puri Sri Jagannath Jagannath Temple