Advertisment

ଦୁର୍ଗାପୂଜା କଟକଣା; ନମାଜ ଓ ଆଜାନ ପାଠ ବେଳେ ବାଜିବନି ଗୀତ

ନମାଜ ଓ ଆଜାନ ପାଠ ସମୟରେ ବାଦ୍ୟଯନ୍ତ୍ର ତଥା ଗୀତ ନ ବଜାଇବାକୁ ହିନ୍ଦୁ ସମ୍ପ୍ରଦାୟଙ୍କୁ କୁହାଯାଇଛି।

author-image
Debibandita Barick
Durga Puja

Durga Puja

ଦୁର୍ଗାପୂଜା ସମୟରେ ସଂଗୀତ ପରିବେଷଣ ଉପରେ କଟକଣା ଲଗାଇଛନ୍ତି ବାଂଲାଦେଶର ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର। ନମାଜ ଓ ଆଜାନ ପାଠ ସମୟରେ ବାଦ୍ୟଯନ୍ତ୍ର ତଥା ଗୀତ ନ ବଜାଇବାକୁ ହିନ୍ଦୁ ସମ୍ପ୍ରଦାୟଙ୍କୁ କହିଛନ୍ତି।  

Advertisment

ମଙ୍ଗଳବାର ବାଂଲାଦେଶର ସ୍ୱରାଷ୍ଟ୍ର ବ୍ୟାପାର ବିଭାଗର ପରାମର୍ଶଦାତା ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଏମ ଜାହଙ୍ଗୀର ଆଲାମ ଚୌଧୁରୀ କହିଛନ୍ତି, "ପୂଜା କମିଟିମାନଙ୍କୁ ସାଉଣ୍ଡ ସିଷ୍ଟମ ବନ୍ଦ କରିବାକୁ ଏବଂ ଆଜାନ ଓ ନମାଜ ସମୟରେ ବାଦ୍ୟଯନ୍ତ୍ର ନ ବଜାଇବାକୁ କୁହାଯାଇଛି। ଆୟୋଜକମାନେ ମଧ୍ୟ ଏହି ଅନୁରୋଧରେ ସହମତ ହୋଇଛନ୍ତି।"

ଏନେଇ ଢାକା ସଚିବାଳୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୂଚନା ଦେଇଛନ୍ତି ଏମ ଜାହଙ୍ଗୀର ଆଲାମ ଚୌଧୁରୀ। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ ବାଂଲାଦେଶରେ ମୋଟ ୩୨,୬୬୬ ପୂଜା ପାଣ୍ଡାଲ ପ୍ରତିଷ୍ଠା କରାଯିବ। କେବଳ ରାଜଧାନୀର ଉତ୍ତର ଏବଂ ଦକ୍ଷିଣ ସହରରେ ୧୫୭ ଏବଂ ୮୮ଟି ମଣ୍ଡପରେ ପୂଜାପାଠ କରାଯିବ।

Advertisment

ବାଂଲାଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ବଂଶଧରଙ୍କୁ ଶିକ୍ଷା ତଥା ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ନିକଟରେ ପ୍ରବଳ ହିଂସା ପରେ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାର କିଛି ଦିନ ପରେ ବାଂଲାଦେଶରେ ଥିବା ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇ ଯାଇଥିଲା।

ସେବେଠାରୁ ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷ କରି ହିନ୍ଦୁମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହାର କିଛି ଦିନ ପରେ ବାଂଲାଦେଶ ସରକାର ଦୁର୍ଗାପୂଜା ଅବସରରେ ଏପରି କଟକଣା ଲଗାଇଛନ୍ତି। 

Durga Puja Bangladesh Hindu Namaz Azan