ଦୀର୍ଘଦିନର ପ୍ରସ୍ତୁତି। ରାତି ନପାହୁଣୁ ଶିବଙ୍କ ମନ୍ଦିରରେ ପାଣି ଢଳା ହେବ। କେତେ ଆଶା ଓ ଭକ୍ତିର ସହ ଶିବଙ୍କ ନାମ ଜପି ଜପି ମନ୍ଦିର ଆଡ଼କୁ ଆଗେଇ ଚାଲିଥିବା କାଉଡ଼ିଆଙ୍କ ଉପରେ ମାଡ଼ିଯାଇଛି କାର। ଯାହାଦ୍ୱାରା ଶିବଙ୍କ ପାଖରେ ପହଂଚିବା ପୂର୍ବରୁ ହିଁ ଶେଷ ନିଃଶ୍ୱାସ ନେଇଯାଇଛନ୍ତି ୨ ଜଣ କାଉଡ଼ିଆ। ଏବଂ ହସ୍ପିଟାଲ ବେଡ଼ରେ ପଡ଼ିରହିଛନ୍ତି ଆହୁରି ୧୧ ଜଣ।