Advertisment

ଶ୍ରୀମନ୍ଦିରକୁ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ଅଭିଯାନ, ଫୁଲ ଓ ଭୋଗ ନେବାକୁ ବିକଳ୍ପ ବ୍ୟବସ୍ଥା ପରାମର୍ଶ

ଶ୍ରୀମନ୍ଦିର ଓ ପୁରୀ ସହରକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିବାକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

author-image
Jitendra Garnayak
puri temple

Puri Temple

ଶ୍ରୀମନ୍ଦିରକୁ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ।

Advertisment

ଫୁଲ ଓ ଭୋଗ ଆଦି ପଲିଥିନ୍‌ରେ ନଆଣିବା ପାଇଁ ସମସ୍ତ ନିଯୋଗ ଓ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସୁଆର ମହାସୁଆର ନିଯୋଗକୁ ମଧ୍ୟ ବିକଳ୍ପ ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି।

ମନ୍ଦିରକୁ ଫୁଲ ଓ ଭୋଗ ନେବା ପାଇଁ କାଗଜ ଅବା କଟନର ବ୍ୟାଗ୍‌ ଅବା କାଠ, ବାଉଁଶ, ପତ୍ର, କେନ୍‌ ଓ ଅନ୍ୟାନ୍ୟ ବୃକ୍ଷଲତାରୁ ପ୍ରସ୍ତୁତ ଚାଙ୍ଗୁଡ଼ି ବ୍ୟବହାର କରାଯାଇପାରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Advertisment

ଶ୍ରଦ୍ଧାଳୁ ଓ ସେବାୟତଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି କରିବାରେ ସହଯୋଗ କରିବାକୁ ସେ ଗଣମାଧ୍ୟମଗୁଡ଼ିକୁ କହିଛନ୍ତି। ଶ୍ରୀମନ୍ଦିର ଓ ପୁରୀ ସହରକୁ ଆହୁରି ସୁନ୍ଦର ଓ ଆକର୍ଷଣୀୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ନୂଆବର୍ଷ ଆରମ୍ଭରୁ ଏହାକୁ କଡ଼ାକଡ଼ି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି। ତେବେ ଶ୍ରୀମନ୍ଦିର ପ୍ରଶାସନର ଏହା ନୂଆ ପ୍ରୟାସ ନୁହେଁ। ୨୦୨୦ ମସିହାରୁ ଶ୍ରୀମନ୍ଦିରକୁ ପଲିଥିନ ମୁକ୍ତ ପାଇଁ ପ୍ରୟାସ କରାଯାଇଥିଲା।

Puri Shreemandir Puri Temple