Advertisment

'ମସଜିଦରେ ଜୟ ଶ୍ରୀରାମ ନାରା ଦେବା ଅପରାଧ ନୁହେଁ'

ମସଜିଦ ଭିତରେ ଜୟ ଶ୍ରୀରାମ ନାରା ଦେବାକୁ ନେଇ ଦୁଇ ଜଣଙ୍କୁ ଗିରଫ କରିଥିଲା କର୍ଣ୍ଣାଟକ ପୁଲିସ।

Justice Symbol

Justice Symbol

Advertisment

ମସଜିଦରେ 'ଜୟ ଶ୍ରୀରାମ' ନାରା ଦେବା କୌଣସି ଅପରାଧ ନୁହେଁ ବୋଲି କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଏଥିସହ "ଜୟ ଶ୍ରୀରାମ" ନାରା ଦେବାକୁ ନେଇ ଦୁଇ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଅପରାଧିକ ମାମଲାକୁ ଖଣ୍ଡନ କରିଛନ୍ତି।

Advertisment

ଅଭିଯୋଗ ଅନୁସାରେ, କର୍ଣ୍ଣାଟକ ପୁଲିସ ଦୁଇ ଜଣ ବ୍ୟକ୍ତିଙ୍କୁ ମସଜିଦ ଭିତରେ ଜୟ ଶ୍ରୀରାମ ନାରା ଦେବାକୁ ନେଇ ଭିଭିନ୍ନ ଦଫା ଲଗାଇବା ସହ ଗିରଫ କରିଥିଲା, ଯାହାକୁ ଭୁଲ୍ ଦର୍ଶାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଏଥିସହ ସେମାନଙ୍କ ବିରୁଦ୍ଧରେ ପରବର୍ତ୍ତୀ ନ୍ୟାୟିକ ପ୍ରକ୍ରିୟାକୁ ମନା କରିଦେଇଛନ୍ତି।

ସୂଚନା ଅନୁସାରେ, ସେପ୍ଟେମ୍ବର 24 ସକାଳ ସମୟରେ କର୍ଣ୍ଣାଟକର ଦୁଇ ଜଣ ବ୍ୟକ୍ତି ଏକ ମସଜିଦ ଭିତରେ ଜୟ ଶ୍ରୀରାମ ନାରା ଦେଇଥିବା ଅଭିଯୋଗ ହୋଇଥିଲା। ଧାରା 295A (ଧାର୍ମିକ ଭାବନାକୁ ଆକ୍ଷେପ) ଅନୁସାରେ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା।

Advertisment

ଏଥିସହ ପୁଲିସ ସେମାନଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା (IPC) ଧାରା 447 (ଅପରାଧିକ ଅନୁପ୍ରବେଶ), 505 (ଜନସାଧାରଣଙ୍କ ଭୟଭୀତ କଲା ପରି ବିବୃତ୍ତି), 506 (ଅପରାଧିକ ଧମକ ଦେବା), 34 (ସାଧାରଣ ଉଦ୍ଦେଶ୍ୟ) ଆଧାରରେ ମାମଲା ରୁଜୁ କରିବା ସହ ଗିରଫ କରିଥିଲା। 

କିନ୍ତୁ ଅଭିଯୁକ୍ତ ଦର୍ଶାଯାଇଥିବା ଦୁଇ ଜଣ ବ୍ୟକ୍ତି ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆଜି ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ଏମ ନାଗପ୍ରସନ୍ନଙ୍କୁ ନେଇ ଗଠିତ ଏକକ ବେଞ୍ଚ ଏ ଉପରେ ଶୁଣାଣି କରି ଏହି ମସଜିଦରେ ଜୟ ଶ୍ରୀରାମ ନାରା ଦେବା ଏକ ଅପରାଧ ନୁହେଁ ବୋଲି ଦର୍ଶାଇଛନ୍ତି।

ଯଦି ମସଜିଦ ବାହାରେ କିମ୍ବା ଭିତରେ କେହି ଜୟ ଶ୍ରୀରାମ କୁହନ୍ତି, ତେବେ ଏହା କିପରି କାହାର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଉଛି, ତାହା ବୁଝାପଡୁନାହିଁ ବୋଲି ଜଷ୍ଟିସ ନାଗପ୍ରସନ୍ନ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସମ୍ପୃକ୍ତ ଅଞ୍ଚଳରେ ହିନ୍ଦୁ ଏବଂ ମୁସଲିଲ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ଚଳୁଥିବା ଅଭିଯୋଗକାରୀ ନିଜେ କହିଛନ୍ତି। ତଥାପି ଏହି ଅଭିଯୋଗକୁ ଭିତ୍ତି କରି ସେମାନଙ୍କ ବିରୁଦ୍ଧର ପରବର୍ତ୍ତୀ ନ୍ୟାୟିକ ପ୍ରକ୍ରିୟା ପାଇଁ ଅନୁମତି ଦେବା ଆଇନର ଅପବ୍ୟବହାର ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କୌଣସି ବି କାର୍ଯ୍ୟକୁ ଆଇପିସିର ଧାରା 295A ଅନୁଯାୟୀ ଅପରାଧ ଦର୍ଶାଯିବ ନାହିଁ ବୋଲି ଜଷ୍ଟିସ ନାଗପ୍ରସନ୍ନ କହିଛନ୍ତି।

Karnataka High Court Jay Shri Ram Chant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe