Advertisment

ଘୋଷଯାତ୍ରା ଲାଗି ରଥକାଠ ଚିରଟ ଅନୁକୂଳ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ ହୋଇଛି।

Cuttack

Cuttack

Advertisment

ଘୋଷଯାତ୍ରା ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ। ପବିତ୍ର ରାମ ନବମୀରେ ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଚିରଟ ଅନୁକୂଳ ହୋଇଛି।

Advertisment

କଟକ ଖପୁରିଆରେ ଥିବା ବନ ବିଭାଗର ସରକାରୀ କରତ କଳରେ ଆରମ୍ଭ ହୋଇଛି ଚିରଟ କାମ। ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ପହଞ୍ଚିବା ପରେ ଯଥାବିଧି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଚିରଟ କାମ ଆରମ୍ଭ ହୋଇଥିଲା। ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥ ନିର୍ମାଣ ପାଇଁ ପ୍ରାୟ ୮୧୨ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪୫୦ ଖଣ୍ଡ କାଠ ପହଁଚିଛି।

ଯେଉଁଥିରେ ଫାଶି, ଶିମିଳି, ଅଶନ, ଧଉରା, ରାଇ, ମଇ ଭଳି କାଠ ରହିଛି। ପ୍ରତିଦିନ ସକାଳ ୬ଟାରୁ ରାତି ୯ ଟା ପର୍ଯ୍ୟନ୍ତ କରତ କଳରେ କାଠଚିରା କାମ ଚାଲିବ ଓ ଏଥିପାଇଁ ପ୍ରାୟ ୩୦ ଜଣ କର୍ମଚାରୀ ନିୟୋଜିତ ରହିବେ।

Advertisment
Ratha Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe