Advertisment

ଗଣେଶ ପୂଜା ଭସାଣୀରେ ବାଜିବ ପାରମ୍ପରିକ ବାଦ୍ୟ

ଗଣେଶ ଠାକୁରଙ୍କ ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ ବି ହେବ କାର୍ଯ୍ୟାନୁଷ୍ଠାନ।

author-image
Manoj Swain
ଅଦ୍ୟତନ ହୋଇଛି
undefined

Ganesh

ଚଳିତ ବର୍ଷ ଗଣେଶ ପୂଜାରେ ରାଜଧାନୀ ଭୁବନେଶ୍ବରରେ ଡିଜେ ବନ୍ଦ। ବାଜିବ କେବଳ ପାରମ୍ପରିକ ବାଦ୍ୟ। ଉଭୟ ମେଲୋଡି ଓ ଭସାଣୀରେ ବି ଡିଜେ ବ୍ୟାନ୍। ତାସହ ଠାକୁରଙ୍କ ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ ବି ହେବ କାର୍ଯ୍ୟାନୁଷ୍ଠାନ।

Advertisment

ଚଳିତ ବର୍ଷ ସେପ୍ଟେମ୍ୱର ୭ରେ ପଡୁଛି ଗଣେଶ ପୂଜା। ତାପୂର୍ବରୁ ଆଜି ଏକ କୋ-ଅର୍ଡିନେସନ ମିଟିଂ କମିଶନରେଟ ପୁଲିସ ଓ ରାଜଧାନୀର ବିଭିନ୍ନ ପୂଜା କମିଟି ମଧ୍ୟରେ ବସିଥିଲା। ଯେଉଁଥିରେ ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ ସହ ପୂଜାକୁ ନିଶାମୁକ୍ତ କରାଯିବାକୁ ବି ନିଷ୍ପତ୍ତି ହୋଇଛି।

ସେହିଭଳି ଏଥର ଭସାଣ ଶୋଭାଯାତ୍ରା ପୂର୍ବରୁ ପୁଲିସ ଅନୁମତି ନେବା ଜରୁରୀ କରାଯାଇଛି। ସିସିଟିଭି ସାରା ସହରରେ ରହିବ। ପବ୍ଲିକ ଭଲ୍ୟୁଣ୍ଟର ମଧ୍ୟ ନିୟୋଜିତ କରିବେ ପୂଜା କମିଟି। ୭ରେ ଗଣେଶ ପୂଜା ପରେ ୮, ୧୧ ଓ ୧୨ ତାରିଖରେ ଭସାଣି ପାଇଁ ସ୍ଥିର କରାଯାଇଛି। ପୁଲିସର ସମସ୍ତ ନିଷ୍ପତ୍ତି ଉପରେ ସହମତି ପ୍ରକାଶ କରିଛନ୍ତି ରାଜଧାନୀର ସମସ୍ତ ପୂଜା କମିଟି।

Advertisment
Odisha Bhubaneswar Ganesh Puja